ପସ୍କୋ କୋର୍ଟଙ୍କ ଐତିହାସିକ ରାୟ, ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ସହ ୨୦ ହଜାର ଜୋରିମାନା

କେନ୍ଦୁଝର: ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ । ରାୟ ପ୍ରକାଶ କଲେ କେନ୍ଦୁଝର ପକ୍ସୋ କୋର୍ଟ ବିଚାରପତି ଅନିଲ କୁମାର ଦତ୍ତ । ଯୋଡ଼ା ଥାନା ଅଂଚଳରେ ୨୦୧୮ ମସିହା ଅଗଷ୍ଟ ୨୫ ତାରିଖରେ ଘଟିଥିଲା ଘଟଣା । ବିସ୍କୁଟ ଦେବା ବାହାନା କରି ଶିଶୁକୁ ଜଙ୍ଗଲକୁ ଡାକି ନେଇ କିଶୋର ପିଙ୍ଗୁଆ ନାବକ ବ୍ୟକ୍ତି ଦୁଷ୍କର୍ମ କରିଥିଲେ  । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା  ।

ଏହି ମାମଲାରେ ୧୬ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ  । ଅଭିଯୁକ୍ତକୁ ୨୦ ବର୍ଷ ଜେଲ ସହିତ ୨୦ ହଜାର ଟଙ୍କା ଜୋରିମାନା କରାଯାଇଛି  । ଜୋରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବେ ଅଭିଯୁକ୍ତ  । ଏହାସହିତ ପୀଡିତାକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି  । ସରକାରଙ୍କ ତରଫରୁ ଏହି ମାମଲା ପରିଚାଳନା କରୁଥିଲେ ବରିଷ୍ଟ ଓକିଲ ଗଣେଶ ପ୍ରସାଦ ମହାପାତ୍ର ।