ରେପ୍ ଅଭିଯୁକ୍ତ ଚଳାଇଥିଲା ମେସିନ୍ କାରବାର । ଜୋଡ଼ା କିଣୁଥିଲେ ମିଳୁଥିଲା ୧୦ ହଜାର ଡିସକାଉଣ୍ଟ । ସ୍ପେଶାଲ କ୍ରାଇମ ୟୁନିଟର ସ୍ପେଶାଲ ଅପରେସନ୍ । ସେପଟେ ଜିଆରପି ହାତରେ ଡକାୟତ ଗ୍ୟାଙ୍ଗ । କିଏ ଭାଇ ବନିବାକୁ ମେସିନ ଅଣ୍ଟାରେ ଖୋସି ବୁଲୁଛି ତ ଆଉ କ୍ରାଇମ ସିଣ୍ଡିକେଟ ଚଳାଇବା ପାଇଁ ଗାଡ଼ି ଡ୍ୟାସବୋର୍ଡରେ ପିସ୍ତଲ ରଖୁଛି । ଭାଇଗିରି ଦେଖାଇବା ପାଇଁ ଅଟୋମେଟିକ ମେସିନ ପାଲଟିଥିଲା ମାଧ୍ୟମ । କିନ୍ତୁ ଏସବୁରେ ରୋକ ଲଗାଇଛି ସ୍ପେଶାଲ କ୍ରାଇମ ୟୁନିଟ । ଇଏ ହେଉଛି ଯାଜପୁର ବିଂଝାରପୁରର ମନୋଜ ମଲ୍ଲିକ । ରେପ କେସରେ ଜେଲରେ ଥିଲା । ଜାମିନରେ ଆସିବା ପରେ ବନ୍ଧୁକ ବେପାର ପାଇଁ ଅଣ୍ଟା ଭିଡ଼ିଥିଲା । ୬ ସେମି ଅଟୋମେଟିକ ବନ୍ଧୁକ ସହ ୧୦ ରାଉଣ୍ଡ ଗୁଳି ଆଣି ଚନ୍ଦକା ଥାନା କୁଜି ମହଲ ପଡିଆ ନିକଟରେ ଥିବାବେଳେ କାବୁ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ । ଅନୁପ କାନୁନଗୋଙ୍କ ନେତୃତ୍ୱରେ ଗଠିତ ଟିମ ମନୋଜକୁ ଧରିବା ସହ ତା ଠାରୁ ଜବତ ହୋଇଛି ମାରଣାସ୍ତ୍ର ।
ମନୋଜ ଠାରୁ ସ୍ପେଶାଲ କ୍ରାଇମ ୟୁନିଟ କିଛି ଗରାଖଙ୍କ ଲିଷ୍ଟ ପାଇଛି । ଯେଉଁ ଲିଷ୍ଟ ମୁତାବକ ଜିଲ୍ଲା ବାହାରେ ଚଢ଼ାଉ ଜାରି ରହିଛି । ଅନ୍ୟପଟେ ଜିଆରପି ଥାନା ପୋଲିସ ମଧ୍ୟ ଡକାୟତ ଗ୍ୟାଙ୍ଗ କୁ ଧରିଛି । ଯାତ୍ରୀଙ୍କ ଠାରୁ ଟ୍ରେନରେ ଚଢି ଲୁଟପାଟ କରୁଥିଲେ ଏହି ୬ ଡକାୟତ । ବାଲିପାଟଣା, ବଡଗଡ଼, ଖାରବେଳନଗରରୁ ଆସି ଷ୍ଟେସନରେ ରାତି ବିତାଉଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାଉଣ୍ଡ ଅଫ ବେଳେ ଏହି ୬ ହାର୍ଡକୋରଙ୍କୁ କାବୁ କରାଯାଇଛି । ସେମାନଙ୍କ ଠାରୁ ମଧ୍ୟ ବନ୍ଧୁକ, ଗୁଳି, ଛୁରୀ, ଚାପଡ଼, ଲଙ୍କାଗୁଣ୍ଡ ଆଦି ଜବତ କରାଯାଇଛି । ସେମାନଙ୍କୁ କାବୁ କରିବା ସମୟରେ ଅଭିଯୁକ୍ତ ଅଭିଯୁକ୍ତମାନେ ଗୁଳି ଚଳାଇଥିବା କହିଛନ୍ତି ଜିଆରପି ଏସପି । ଚୋର ହେଉ କିମ୍ବା ବାଲିମାଫିଆ, ଦେହ ବେପାରୀ ହେଉ କିମ୍ୱା ଠିକାଦାର । ନିଜ ଦୋନମ୍ବରି ଧନ୍ଦାକୁ ସଫଳ କରିବାକୁ ସମସ୍ତଙ୍କ ପାଖରେ ଏବେ ବନ୍ଧୁକ । ତେବେ ଏହାର ଅଧିକ ତଦନ୍ତ ପାଇଁ ଖୁବଶୀଘ୍ର ବିହାର ଗସ୍ତ କରିବ ସ୍ପେଶାଲ କ୍ରାଇମ ୟୁନିଟ ।

