କେଉଁ ରାଜନେତାଙ୍କ ନିର୍ଦ୍ଦେଶରେ ଦୁବାଇରୁ ଆଣୁଥିଲେ ସୁନା ? ସାମ୍ନାକୁ ଆସିଲା ସତ..

ନନ୍ଦିଘୋଷ ବ୍ୟୁରୋ: ଏୟାରପୋର୍ଟରୁ ସୁନା ଧରାପଡ଼ିବା ଘଟଣାରେ ଛନ୍ଦି ହୋଇଥିବା କନ୍ନଡ଼ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚ । ତେବେ ସେ କାହିଁକି ଏମିତି କରୁଥିଲେ ? ତାଙ୍କୁ ସୁନା ଆଣିବା ପାଇଁ କିଏ କହୁଥିଲା ? ଏମିତି ଅନେକ ପ୍ରଶ୍ନ ଉଠୁଥିବାବେଳେ ତାଙ୍କ ପିତା ଡିଜିପି ରାମଚନ୍ଦ୍ର କହିଛନ୍ତି କି, ମୋ କ୍ୟାରିୟରରେ କୌଣସି ଦାଗ ଲାଗିନାହିଁ । ମାତ୍ର ମୁଁ ଯେତେବେଳେ ଏହି ଖବର ଶୁଣିଥିଲି ମୋତେ ବହୁତ ଖରାପ ଲାଗିଥିଲା । ତେବେ ସେ ପାରିବାରିକ ବିବାଦ ପାଇଁ ନିଜ ସ୍ବାମୀଙ୍କ ଠାରୁ ଅଲଗା ରହୁଛନ୍ତି । ଏପରିକି କାମ କରୁଥିବା କଥା ମୋତେ ପୂର୍ବରୁ ଜଣାନଥିଲା । ସେପଟେ ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି କି, ଜଣେ ରିଷ୍ଠ ରାଜନେତାଙ୍କ ନିର୍ଦ୍ଦେଶରେ ସେ ଏମିତି କରୁଥିଲେ । ଯେଉଁଥି ପାଇଁ ଏକ ବଡ଼ ସୁନା ଦୋକାନରୁ ବିଭିନ୍ନ ଡିଜାଇନର ଗହଣା ମଧ୍ୟ ମିଳିଛି ।
ଶେଷ ଖବର ସୁଦ୍ଧା ୧୭ କୋଟିରୁ ଅଧିକ ଟଙ୍କା ଏବଂ ଗହଣା ଜବତ ହୋଇ ସାରିଛି । ସେ ନିଜ ଶରୀରରେ ୧୪ କେଜିରୁ ଅଧିକ ସୁନା ଗହଣା ଆଣୁଥିବାବେଳେ ଧରା ପଡ଼ିଥିଲେ । ଏହାପରେ ତଦନ୍ତ ଜୋରଦାର ହୋଇଥିଲା । ପ୍ରାୟତଃ ସେ ଗୋଟିଏ ଡ୍ରେସ ପିନ୍ଦି ଯାଉଥିଲେ । ଜ୍ୟାକେଟ ଏବଂ ବେଲ୍ଟରେ ସୁନା ନେଇ ଆସୁଥିବା ଜଣାପଡ଼ିଛି । ବାରମ୍ବାର ଦୁବାଇ ଯାଉଥିବାବେଳେ ପୋଲିସ ତାଙ୍କ ଉପରେ ନଜର ରଖିଥିଲା । ଆଉ ଶେଷରେ ବହୁ ସତ ଏବେ ସାମ୍ନାକୁ ଆସିଛି । ତେବେ କଷ୍ଟମ ଆକ୍ଟ ୧୯୬୨ ଅନୁଯାୟୀ ତାଙ୍କ ନାମରେ ମାମଲା ରୁଜୁ ହେବ । ଯାହାଦ୍ବାରା ସ୍ବାମୀ, ପରିବାର ଲୋକଙ୍କ ସହ ତାଙ୍କ ସହ ଜଡିତ ସମସ୍ତ ଲୋକଙ୍କୁ ମଧ୍ୟ ପଚରା ଉଚରା କରାଯିବ ବୋଲି କୁହାଯାଉଛି ।