ଗୋଟିଏ ଡ୍ରେସକୁ ୧୫ଥର ପିନ୍ଧି ଯାଇଥିଲେ ଦୁବାଇ.. ଜାଣନ୍ତୁ କେମିତି ଫସିଲେ ଅଭିନେତ୍ରୀ ?

ନନ୍ଦିଘୋଷ ବ୍ୟୁରୋ: କନ୍ନଡ଼ ଅଭିନେତ୍ରୀ ରାନ୍ୟା ରାଓଙ୍କ ନିକଟରୁ ୧୪ କେଜିରୁ ଅଧିକ ସୁନା ଧରା ପଡ଼ିବା ପରେ ଏବେ ସେ ବେଶ ଚର୍ଚ୍ଚାରେ ରହିଛନ୍ତି । କିଏ ତାଙ୍କୁ ସୁରକ୍ଷା ଦେଉଥିଲା ଏବଂ କାହିଁକି ଏମିତି କରୁଥିଲେ ଏହାକୁ ନେଇ ଅଧିକ ତଦନ୍ତ ଚାଲିଛି । ସେପଟେ ତାଙ୍କ ବାପା ଜଣେ ବରିଷ୍ଠ ପୋଲିସ ଅଧିକାରୀ ହୋଇଥିବାବେଳେ ଏହାକୁ ନେଇ ମଧ୍ୟ ଅଧିକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତାଙ୍କ ବାପା ରାମଚନ୍ଦ୍ର ରାଓ ବର୍ତ୍ତମାନ କର୍ଣ୍ଣାଟକ ରାଜ୍ୟ ପୋଲିସ ହାଉସିଂ ଏବଂ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ପଦବୀରେ ଅଛନ୍ତି। ତେବେ ଅଭିନେତ୍ରୀ ଝିଅ ୧୫ ଦିନରେ ୪ଥର ଦୁବାଇ ଯାତ୍ରା କରିଥିଲେ । ଯାହାକୁ ନେଇ ସନ୍ଦେହ ବଢ଼ିଥିଲା । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ପ୍ରତିଥର ସେ ଗୋଟିଏ ଡ୍ରେସ ପିନ୍ଧି ଯାତ୍ରା କରୁଥିଲେ । ଯେଉଁଥିରୁ ସନ୍ଦେହ ବଢ଼ିଥିଲା । ଏହାପରେ ଘରେ ଆସି ଯାଞ୍ଚ କରାଯିବା ପରେ ୧୭ କେଜିରୁ ଅଧିକ ସୁନା ସହ ଅନ୍ୟ ମୂଲ୍ୟବାନ ଗହଣା ମିଳିଥିଲା । କୋଟି କୋଟି ଟଙ୍କାର ଗହଣା ଚାଲାଣ ମାମଲାରେ ତାଙ୍କୁ ଗିରଫ କରାଯାଇଥିବାବେଳେ ପୋଲିସ ଆହୁରି ଅଧିକ ତଦନ୍ତ କରୁଛି । ସେପଟେ ତଦନ୍ତରୁ ଏକ ବଡ଼ ତଥ୍ୟ ସାମନାକୁ ଆସିଛି । କେଜିଏ ସୁନା ପିଛା ସେ ଲକ୍ଷେ ଟଙ୍କା ପାଉଥିଲେ । ଏମିତିକି ଗୋଟିଏ ଥର ଦୁବାଇ ଯାଇ ଆସିଲେ ସେ ୧୩ରୁ ୧୪ ଲକ୍ଷ ଟଙ୍କା ପାଉଥିଲେ । ଏମିତି ଗତବର୍ଷ ବହୁବାର ଯାଇଥିବା ଜଣାପଡ଼ିଛି । ପ୍ରତିଥର କିନ୍ତୁ ଗୋଟିଏ ଜ୍ୟାକେଟ ଏବଂ ବେଲ୍ଟ ପିନ୍ଧି ଯାଉଥିଲେ । ଯାହା ସାହାର୍ଯ୍ୟରେ ସୁନା ଚାଲାଣ କରୁଥିଲେ ।