spot_img

Latest Posts

ସୁନା ସ୍ମଗଲିଂର ଗୁମର ଖୋଲୁଛନ୍ତି ଅଭିନେତ୍ରୀ ରାନ୍ୟା ରାଓ

ନୂଆଦିଳ୍ଲୀ : ସୁନା ସ୍ମଗଲିଂର ଗୁମର ଖୋଲୁଛନ୍ତି ଅଭିନେତ୍ରୀ ରାନ୍ୟା ରାଓ। ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ବା ଡିଆରଆଇ ନିକଟରେ ଅନେକ ଚାଞ୍ଚଲ୍ଯକର ବୟାନ ଦେଇଛନ୍ତି ଅଭିନେତ୍ରୀ। ସେ କେବଳ ଦୁବାଇ ନୁହେଁ ୟୁରୋପ, ଆମେରିକା ଓ ମଧ୍ଯପ୍ରାଚ୍ୟ ଦେଶଗୁଡିକୁ ଯାଇଥିଲେ ଅଭିନେତ୍ରୀ। ତାଙ୍କ ନିକଟରେ କୌଣସି ସିନେମା ନଥିଲା କି ସେ କୌଣସି ବୃତ୍ତିରେ ନଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ୪୫ଟି ଦେଶ ଗସ୍ତ କରିଥିବା ଜଣାଯାଇଛି। ସେ କାହିଁକି ଏତେ ଥର ବିଦେଶ ଗସ୍ତରେ ଯାଇଥିଲେ ତାହାର ଅଧିକ ତଦନ୍ତ ଜାରି ରହିଛି। ବେଙ୍ଗାଳୁରୁରେ ତାଙ୍କୁ ଗିରଫ କରିବା ବେଳେ ତାଙ୍କ ନିକଟରୁ ୧୭ଟି ଗୋଲ୍ଡ ବାର ମିଳିଥିବା ସୂଚନା ମିଳିଛି। ସେପଟେ ସେ ଦୁବାଇକୁ ଗତବର୍ଷ କାହିଁକି ୩୦ ଥର ଏବଂ ଗତ ମାସରେ ୪ ଥର  ଯାଇଥିଲେ ତାହାକୁ ନେଇ ଖୋଳତାଡ କରୁଛି ଡିଆରଆଇ। ଜେରାବେଳେ ସେ କହିଥିଲେ ସେ ଦୁବାଇରୁ ୧୭ ପିସ୍ ଗୋଲ୍ଡ ବାର୍ ଆଣିଥିଲେ। ଡିଆରଆଇ ପକ୍ଷରୁ ଚାଲିଥିବା ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବା ଲାଗି କହିଛନ୍ତି ରାନ୍ୟା। କ୍ୟାରିଅରେ ୩ଟି ଫିଲ୍ମରେ ଅଭିନୟ କରିଥିବା ରାନ୍ୟା ଗତବର୍ଷ ୩୦ ଥର ଦୁବାଇ ଯାଇଥିଲେ। ସେ ସେଠାରୁ ବିପୁଳ ସୁନା ଆଣିଥିବା ସୂଚନା ମିଳିଛି। ସୁନା ସ୍ମଗଲିଂ ଲାଗି ରାନ୍ୟାଙ୍କୁ କିଲୋ ପିଛା ଦିଆଯାଉଥିଲା ୧ ଲକ୍ଷ ଟଙ୍କା। ସେ ପ୍ରତିଥର ପ୍ରାୟ ୧୨/୧୩ କିଲୋ ସୁନା ଆଣୁଥିବାରୁ ଟ୍ରିପ ପିଛା ତାଙ୍କୁ ପ୍ରାୟ ୧୨-୧୩ ଲକ୍ଷ ଟଙ୍କା ମିଳୁଥିଲା।

Latest Posts

Don't Miss