ରାନୁଙ୍କ ଟ୍ରୋଲ ଅବତାର: ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼

1 min read

ରେଲୱେ ଷ୍ଟେସନରେ ଗୀତ ଗାଇ ନୂଆ ଉଦାହଣ ସୃଷ୍ଟି କରିଥିବା ଏହି କଳାକାର ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ଗୋଟିଏ ଗୀଟର ଭିଡିଓ ଭାଇରାଲ୍ ହୋଇଥିଲା । ତାପରେ ସଫଳତାର ପାହାଞ୍ଚ ଚଢିଥିଲେ ଏବଂ ବଲିଉଡ୍ ରେ ଗୀତ ଗାଇବାକୁ ସୁଯୋଗ ପାଇଲେ । ବଲିଉଡ୍ ଗାୟକ ହିମେଶ୍ ରେସମିୟା ତାଙ୍କ କଳାକୁ ଚିହ୍ନି ତାଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ । ଏହା ପରେ ସେହି ଗୀତକୁ ବହୁ ପ୍ରଶଂସା ମଧ୍ୟ ମିଳିଥିଲା । ତେବେ କିଛି ଦିନରେ ବ୍ୟବଧାନ ପରେ ଏବେ ରାନୁ ଦିଦି ପୁଣି ଚର୍ଚ୍ଚାରେ । କିନ୍ତୁ ଏଥର କୌଣସି ଗୀତ ଗାଇ ନୁହେଁ । ଏଥର ତାଙ୍କ ମେକଅପ ପାଇଁ ତାଙ୍କୁ ସୋସିଆଲ ମିଡ଼ିଆରେ ବହୁ ଟ୍ରୋଲ କରକାଯାଉଛି । ଓଭର ମେକଅପ କାରଣରୁ ତାଙ୍କୁ ବିଭିନ୍ନ ମାହୋଲରୁ ଉପହାସର ପାତ୍ର ହେବାକୁ ପଡ଼ିଛି ।


ରାନୁଙ୍କ କିଛି ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ଯେଉଁଥିରେ ସେ ଏକ ସୁନ୍ଦର ଲେହେଙ୍ଗା ପିନ୍ଧିଥିବା ନଜର ଆସୁଛନ୍ତି କିନ୍ତୁ ତାଙ୍କ ଅତ୍ୟଧିକ ମେକଅପ୍ ତାଙ୍କ ଚେହେରାକୁ ଆହୁରି ବିଗାଡି ଦେଉଛି । ଏହି ଫଟୋକୁ ନେଇ ଏବେ ଲୋକମାନେ ତାଙ୍କର ଖୁବ୍ ମଜା ଉଡାଉଛନ୍ତି ।

ସେ ଉତ୍ତରପ୍ରଦେଶର କାନପୁରରେ ଏକ ବ୍ୟୁଟି ପାର୍ଲର କାର୍ଯ୍ୟକ୍ରମରେ ପହଁଚିଥିଲେ । ଯେଉଁଠି ମେକଅପ୍ ଆର୍ଟିଷ୍ଟ ତାଙ୍କ ମେକଅପ୍ କରିଥିଲେ । କିନ୍ତୁ ଏଭଳି ଓଭର୍ ମେକଅପକୁ ଲୋକମାନେ ନାପସନ୍ଦ କରିବା ସହ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି । ଯାହାର ଶିକାର ହିମେଶ୍ ରେସମିୟା ମଧ୍ୟ ହୋଇଛନ୍ତି । ତେବେ କେବଳ ସେତିକି ନୁହେଁ ତାଙ୍କ ରାମ୍ପ ୱାକ୍ ର ଭିଡ଼ିଓକୁ ଖୁବ୍ ଟ୍ରୋଲ କରିଛନ୍ତି ଦର୍ଶକ । ')}

Leave a Reply