ଦୀପିକାଙ୍କର ଏହି ଫିଲ୍ମରେ ଗୀତ ଗାଇ ପୁଣି ଫେରିବେ ରାନୁ ମଣ୍ଡଲ

1 min read

ମୁମ୍ବାଇ: ଫିଲ୍ମ “ସରୋଜିନୀ” ପାଇଁ ଅଭିନେତ୍ରୀ ଦୀପିକା ଚିଖଲିଆ ଚର୍ଚ୍ଚାରେ ଅଛନ୍ତି । ଏହା ଏକ ବାୟୋପିକ୍ ଫିଲ୍ମ । ସେ ଏହି ଚଳଚ୍ଚିତ୍ରରେ ସରୋଜିନୀ ନାଇଡୁ ଭୂମିକାରେ ଅଭିନୟ କରିବେ । ତେବେ ଦୀପିକାଙ୍କର ଏହି ଫିଲ୍ମରେ ରାନୁ ମଣ୍ଡଳ ଗୀତ ଗାଇବେ । ସୋସିଆଲ ମିଡିଆରେ ଦୀପିକା ଏନେଇ ସୂଚନା ଦେଇଛନ୍ତି । ଦୀପିକା ନିଜ ଟ୍ୱିଟର ଆକାଉଣ୍ଟରେ ସରୋଜିନୀ ଫିଲ୍ମରେ ଅଭିନୟ କରିବା ନେଇ କହିଛନ୍ତି ।

ଏହା ବ୍ୟତୀତ ସିନେମା ପାଇଁ ରାନୁ ମଣ୍ଡଳ ଧୀରଜ ମିଶ୍ରଙ୍କ ଦ୍ୱାରା ଲିଖିତ ଗୀତ ଗାଇବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ଏହା ସହ ଦୀପିକା ରାନୁଙ୍କର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଭିଡିଓରେ ରାନୁ ମଣ୍ଡଳ କହିଛନ୍ତି ଯେ, ସେ ଧୀରଜ ମିଶ୍ରଙ୍କ ସହ କାମ କରିବାକୁ ଯାଉଛନ୍ତି । ଫିଲ୍ମ ସରୋଜିନୀରେ ସେ ଗୀତ ଗାଇବେ । ଫିଲ୍ମର ସମସ୍ତ ଗୀତ ଗାଉଛନ୍ତି ରାନୁ । ରାନୁ ଏଥିପାଇଁ ଦର୍ଶକଙ୍କ ସପୋର୍ଟ, ଭଲ ପାଇବା ଓ ସମ୍ମାନ ଚାହାନ୍ତି ବୋଲି କହିଛନ୍ତି।

ରାନୁ ମଣ୍ଡଳ ରେଳ ଷ୍ଟେସନରେ ଗୀତ ଗାଇ ଜୀବନ ଯାପନ କରୁଥିଲେ । ତାଙ୍କ ଭିଡିଓ ଭାଇରାଲ ହେବା ପରେ ସେ ରାତାରାତି ଷ୍ଟାର ହୋଇଥିଲେ। ଲତା ମଙ୍ଗେଶକରଙ୍କ ପ୍ୟାର କା ନଗମା ଗୀତ ଗାଇ ରାନୁ ମଣ୍ଡଳ ଲୋକପ୍ରିୟତା ହାସଲ କରିଥିଲେ । ଏହା ପରେ ଗାୟକ ହିମେଶ ରେଶମିଆ ତାଙ୍କୁ ଗୀତ ଗାଇବାର ସୁଯୋଗ ମଧ୍ୟ ଦେଇଥିଲେ। ସେ ହିମେଶଙ୍କ ସହ “ତେରି ମେରି କାହାନୀ” ଗୀତ ଗାଇଥିଲେ।

ନିକଟରେ ଖବର ଆସିଥିଲା ​​ଯେ, ରାନୁ ମଣ୍ଡଳଙ୍କ ଜୀବନରେ ପୁଣି ଅନେକ ସମସ୍ୟା ଦେଖାଦେଇଥିଲା । ସେ ତାଙ୍କ ନୂଆ ଘର ଛାଡି ପୁରୁଣା ଘରକୁ ସିଫ୍ଟ ହୋଇଛନ୍ତି । ରାନୁ ମଣ୍ଡଳଙ୍କୁ କୌଣସି କାମ ମିଳୁନଥିଲା । ସେଥିପାଇଁ ସେ ଅନେକ ଅସୁବିଧାର ସମ୍ମୁଖିନ ହୋଇଥିଲେ । କରୋନା ଭାଇରସ ଯୋଗୁଁ କାମ ନ ପାଇବାରୁ ତାଙ୍କ ଆର୍ଥିକ ଅବସ୍ଥା ବିଗିଡି ଯାଇଛି। ହେଲେ ପୁଣି ଏବେ ରାନୁଙ୍କୁ ଗୀତ ଗାଇବାର ସୁଯୋଗ ମିଳିଛି । ଯେଉଁଥିପାଇଁ ସେ ଖୁବ ଖୁସି ଅଛନ୍ତି । ତେବେ ରାନୁଙ୍କର ଏହି ଗୀତ ହିଟ୍ ହେଉଛି ନା ନାହିଁ ତାହା ଦେଖିବା ବାକି ରହିଛି ।

Leave a Reply