କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କୁ ’ଲତା ଫତା’ କହି ଅପମାନ କଲେ ରାନୁ ମଣ୍ଡଳ
ନୂଆଦିଲ୍ଲୀ : ପୁଣି ଥରେ ଚର୍ଚ୍ଚାରେ ରାନୁ ମଣ୍ଡଳ । ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ସେହି ଭିଡିଓରେ ସେ ଦିବ୍ୟଗଂତ ଗାୟିକା ଲତା ମଙ୍ଗେସକରଙ୍କୁ ଅପମାନିତ କରିଛନ୍ତି । ଏହାକୁ ଦେଖି ଏବେ ରାନୁଙ୍କ ଉପରେ ରାଗ ତମତମ ଲତାଙ୍କ ଫ୍ୟାନ୍ । ରାନୁଙ୍କ ଏପରି ଆଚରଣ ଦେଖି ଲୋକ ମାନେ ତାଙ୍କୁ ବହୁ ନିନ୍ଦା କରୁଛନ୍ତି ।
ରେଳଓ୍ବେ ଷ୍ଟେସନରେ ଗୀତ ଗାଉଥିବା ଭିଡିଓ ଭାଇରାଲ ହେବା ପରେ ରାତାରାତି ଲୋକ ଲୋଚନକୁ ଆସିଯାଇଥିଲେ ରାନୁ ମଣ୍ଡଳ । ସବୁ ଆଡେ ତାଙ୍କ କଣ୍ଠସ୍ବରକୁ ଅନେକ ପ୍ରଶଂସା ମିଳିଥିଲା । ଏହା ସହିତ ଫେମସ୍ ସିଙ୍ଗର ହିମେଶ ରେଶମିୟା ତାଙ୍କୁ ଏକ ଗୀତ ଗାଇବାକୁ ଅଫର ଦେଇଥିଲେ । ଗୋଟିଏ ପଟେ ରାନୁଙ୍କ ଭାଗ୍ୟ ଚମକିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ରାନୁଙ୍କ ଖରାପ ବ୍ୟବହାର ଯୋଗୁ ଲୋକେ ତାଙ୍କୁ ନିନ୍ଦା କରିବା ଆରମ୍ଭ କରିଦେଲେ । ଆଉ ଧୀରେ ଧୀରେ ସେ ଲୋକ ଲୋଚନରୁ ହଜି ଗଲେ । କିନ୍ତୁ ସୋସିଆଲ ମିଡିଆରେ ମଝିରେ ମଝିରେ ତାଙ୍କର କିଛି କିଛି ଭିଡିଓ ଭାଇରାଲ ହେଉଥିଲା , ଯାହାକୁ ଦେଖି ୟୁଜର୍ସ ମାନେ ତାଙ୍କର ଥଟ୍ଟା ଉଡାଉଥିଲେ । ଏଥର କିନ୍ତୁ ସେ ଲତା ମଙ୍ଗେସକରଙ୍କ ଭଳି ସୂର ସମ୍ରାଜ୍ଞୀ ଗାୟିକାଙ୍କୁ ଏପରି ପରିହାସ କରି କିଛି କହିଛନ୍ତି ଯାହାକୁ ଶୁଣି ଜନତା ମାନେ ତାଙ୍କୁ ପ୍ରବଳ ମାତ୍ରାରେ ନିନ୍ଦା କରୁଛନ୍ତି ଓ ସେ ନିଜର ସୀମା ଉଲଘଂନ କରିଛନ୍ତି ବୋଲି ଲୋକ ମାନେ କହୁଛନ୍ତି । ଏଥି ସହିତ ସଭିଏଁ ତାଙ୍କୁ ଟ୍ରୋଲ କରୁଛନ୍ତି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ରାନୁଙ୍କ ଏହି ଭିଡିଓରେ ସେ କହୁଛନ୍ତି କି , ଏ ଯେଉଁ ଗୀତ ଗାଉଛି , ଏ କେହି ଲତା ଫତାଙ୍କର ନୁହେଁ । ଏ ଲତାଜୀଙ୍କର ନୁହେଁ । ’ଏହା କହି ସେ ’ହେ ଅଗର ଦୁଶମନ’ ଗୀତ ଗାଉଛନ୍ତି । ଯାହା ୧୯୭୭ରେ ରିଲିଜ୍ ହୋଇଥିବା ’ହମ୍ କିସି ସେ କମ୍ ନେହି’ ଫିଲ୍ମର ଅଟେ । ଏହାକୁ ମହମ୍ମଦ ରଫି ଓ ଆଶା ଘୋଷଲେ ଗାଇ ଥିଲେ । ରାନୁଙ୍କ ଜଣେ ଭାରତର ଜଣେ କିମ୍ବଦନ୍ତୀ ଗାୟିକାଙ୍କୁ ଏପରି ଅସମ୍ମାନ କରିଥିବା ନେଇ ଫ୍ୟାନ୍ସ ମାନେ ସହ୍ୟ କରିପାରି ନାହାନ୍ତି । ସବୁ ଆଡୁ ତାଙ୍କୁ ଘୋର ନିନ୍ଦ ଓ ଗାଳି କରାଯାଉଛି ।