ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ କାମନା କରି ଅଖଣ୍ଡ ଦୀପଦାନ ଓ ହୋମଯଜ୍ଞ କଲେ ରାନୀ ପଣ୍ଡା

ଭୁବନେଶ୍ୱର: ରାନୀ ପଣ୍ଡା, ଓଡ଼ିଶାରେ ଏକ ଚର୍ଚ୍ଚିତ ଚେହେରା । କେତେବେଳେ ନିଜ ବିବାଦୀୟ ମନ୍ତବ୍ୟ ପାଇଁ ତ ପୁଣି କେତେବେଳେ ନିଜର ମହତ ଗୁଣ ପାଇଁ ଲୋକଙ୍କ ପ୍ରଂଶସା ସାଉଁଟିଥାନ୍ତି । ନିକଟରରେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କାର ସହାୟତା ରାଶି ଦେଇ ରାନୀ ଦେଖାଇଥିଲେ ନିଜ ମହାନତା । ତାଙ୍କ ମତରେ ବିପଦ ସମୟରେ ପୁରସ୍ପରର ସହଯୋଗ କରିଲେ ବିପଦ ପ୍ରତି ଡର ରହିନଥାଏ ।

କେବଳ ସେତିକି ନୁହେଁ ଅଭିନେତ୍ରୀ ଦୀପା ସାହୁଙ୍କୁ ଜରାୟୁ କର୍କଟ ହୋଇଥିବା ସୂଚନା ଅସିବା ପରେ ରାନୀ ଚିକିତ୍ସା ପାଇଁ ତାଙ୍କୁ ମଧ୍ୟ ସହାୟତା କରିଥିଲେ । ତେବେ ପୁଣି ଥରେ ଏହି ବିବାଦୀୟ ଚେହେରା ପଛରେ ଲୁଚି ରହିଥିବା ଏକ ମହତ ହୃଦୟର ପରିଚୟ ଦେଇଛନ୍ତି ରାନୀ ପଣ୍ଡା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାନୀ ପାଣ୍ଡା । ସୁବ୍ୟବସ୍ଥିତ ଢଙ୍ଗରେ ରଥଯାତ୍ରା ଆୟୋଜନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ରାନୀ ଧନ୍ୟବାଦ ଜଣାଇଛନ୍ତି । ଏହାସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ କାମନା କରିବା ସହିତ ଓଡ଼ିଶାକୁ କରୋନାମୁକ୍ତ କରିବା ପାଇଁ ରାନୀ ପଣ୍ଡା ଅଖଣ୍ଡ ଦୀପଦାନ ଓ ହୋମଯଜ୍ଞ ମଧ୍ୟ କରିଛନ୍ତି ।

 

Leave a Reply