ପ୍ରଚାର ମଇଦାନକୁ ଓହ୍ଲାଇଲେ ରାନୀ ପଣ୍ଡା, ବେଣୁଙ୍କ ଘରେ ଖାଇଲେ ପଖାଳ ଚିକେନ କସା
1 min read
ବାଲେଶ୍ୱର: ବାଲେଶ୍ୱର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ପ୍ରଚାର କରିଛନ୍ତି ଅଭିନେତ୍ରୀ ରାନୀ ପଣ୍ଡା । ରାନୀ ବେଣୁଧରଙ୍କ ଗୋଡି ସାହି ସ୍ଥିତ ଘରେ ପହଞ୍ଚି ସାକ୍ଷାତ କରିବା ସହ ତାଙ୍କ ପାଇଁ ରୋଡ ଶୋ’ କରିଛନ୍ତି । ବେଣୁଙ୍କ ସହ ରିକ୍ସାରେ ବସି ରାନୀ ବିଭିନ୍ନ ବସ୍ତି ଏବଂ ଓ୍ୱାର୍ଡରେ ଭୋଟ୍ ଭିକ୍ଷା କରିଛନ୍ତି ।
ରାନୀଙ୍କୁ ଫୁଲ ତୋଡ଼ା ଦେଇ ବେଣୁଧର ନିଜ ଘରକୁ ସ୍ୱାଗତ କରିଥିଲେ । ବେଣୁଧର ବାରିକଙ୍କ ଘରେ ପହଞ୍ଚି ରାନୀ ସେଠି ପଖାଳ ଖାଇଲଓ ତାପରେ ପ୍ରଚାରକୁ ବାହାରିଲେ । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଢ଼େର ଚର୍ଚ୍ଚା ଚାଲିଛି । ସେହି ପଖାଳ ମୁଠିଏ ରାନୀ ବେଶ୍ ଆନନ୍ଦରେ ଖାଉଥିବା ଦେଖାଯାଇଥିଲା । ଅନ୍ୟପଟେ ବେଣୁଧର ବାରିକଙ୍କ ଭଳି ଜଣେ ଗରିବ ପ୍ରାର୍ଥୀ କ’ଣ ବା ଆଉ ଦେଇଥାନ୍ତେ । ସେ ତାଙ୍କ ସକ୍ଷମ ଅନୁଯାୟୀ ରାନୀଙ୍କୁ ଖାଇବା ପାଇଁ ଦେଇଛନ୍ତି ବୋଲି ସୋସିଆଲ ମିଡିଆରେ ଅନେକ ମତ ଦେଇଛନ୍ତି । ସଜ ପଖାଳ ସାଙ୍ଗରେ ଥିଲା ଚିକେନ୍ କସା, ଆଳୁ ଭଜା, ବାଇଗଣ ଭଜା, କାକୁଡ଼ି ସାଲଡ୍ ଆଉ ଲୁଣ-ଲଙ୍କା-ଲେମ୍ବୁ-ପିଆଜ ।

ଗୋଟିଏ ପଟେ ଦଳୀୟ ପ୍ରାର୍ଥୀମାନେ ଭୋଟ ଭିକ୍ଷା କରୁଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ଗୋଡ଼ ଧରୁଛନ୍ତି ଭୋଟର । ସହଯୋଗୀଙ୍କ ସହିତ ଘରକୁ ଘର ବୁଲି ସେ ଭୋଟ ପାଇଁ ନିବେଦନ କରୁଛନ୍ତି । ବିଜୟୀ ହେଲେ କଣ କରିବେ ସେ କଥା ମଧ୍ୟ ବୁଝାଇ ଦେଉଛନ୍ତି । ବେଣୁଙ୍କ ଚିହ୍ନ ହେଉଛି କେଟିଲ୍ । ଚୁଟି କାଟିବାକୁ ପେସା କରିଥିବା ବେଣୁଧର ସମାଜରେ ପରିବର୍ତ୍ତନ ଆଣିବା ଲାଗି ବାଲେଶ୍ୱର ସଦର ବିଧାନସଭା ଆସନ ଲାଗି ଉପ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି ।