ରାଷ୍ଟ୍ରପତି ନିର୍ବାଚନ ପାଇଁ ଓଡ଼ିଶା ବିଧାନସଭାରେ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ

Rangadhar Mallik Appointed As a Assistant Returning Officer For President Election

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜୁଲାଇରେ ହେବାକୁ ଥିବା  ନିର୍ବାଚନ ପାଇଁ ଓଡ଼ିଶା ବିଧାନସଭାରେ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର ନିଯକ୍ତ କରାଯାଇଛି । ରାଷ୍ଟ୍ରପତି ନିର୍ବାଚନ ଲାଗି ରଙ୍ଗାଧର ମଲ୍ଲିକଙ୍କୁ ଆସିଣ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର ଭାବେ ବିଧାନସଭା ନିଯୁକ୍ତି ଦେଇଛି । ନିର୍ବାଚନ କମିଶନ ପକ୍ଷରୁ ଦୁଇ ଜଣ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରିବା ପାଇଁ ଚିଠିରେ ନିର୍ଦ୍ଦେଶ ଦିଆଯାଇଥିଲା ।

ତେବେ ବିଧାନସଭା ସଚିବଙ୍କ କାର୍ଯ୍ୟକାଳ ଶେଷ ହୋଇ ଯାଇଥିବାରୁ ତାଙ୍କୁ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ଦିଆଯାଇ ପାରିନାହିଁ । ତାଙ୍କୁ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ଦିଆଯିବ କି ନାହିଁ ସେନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ବିଧାନସଭା ପକ୍ଷରୁ ଅବଗତ କରାଯାଇଛି । ଏହା ସହ ଇଲୋକଟ୍ରୋରାଲ୍ କଲେଜରେ କେଉଁମାନେ ଭାଗ ନେବ ସେନେଇ ସମସ୍ତ ତଥ୍ୟ କେନ୍ଦ୍ର ନିର୍ବାଚନ କମିଶନଙ୍କୁ ଦିଆଯାଇଛି ।

Leave a Reply