ରଙ୍ଗବତୀ ଗୀତରେ ଝୁମିଲା ନାଇଜେରିଆର ଆବୁଜା

ଭୁବନେଶ୍ୱର: ବିଦେଶ ମାଟିରେ ରଙ୍ଗବତୀ ଧୂନ୍ । ମଞ୍ଚ ଦୁଲୁକିଲା, ସମସ୍ତେ ଝୁମିଲେ । ସୁଦୂର ନାଇଜେରିଆର ଆବୁଜାରେ ପ୍ରବାସୀ ଓଡ଼ିଆ ରଙ୍ଗବତୀ ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରିଛନ୍ତି । ଭାରତୀୟ ସଂସ୍କୃତି ଆସୋସିଏସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ନୃତ୍ୟ ମାଧ୍ୟମରେ ପ୍ରବାସୀ ଓଡ଼ିଆ, ଓଡ଼ିଶାର ଲୋକକଳାକୁ ନାଇଜେରିଆ ମାଟିରେ ପ୍ରଦର୍ଶନ କରିଛନ୍ତି ।ଏହାକୁ ମନଭରି ଉପଭୋଗ କରିଛନ୍ତି ପ୍ରବାସୀ ଓଡ଼ିଆ ଓ ନାଇଜେରିଆବାସୀ । ସୁରେନ୍ଦ୍ର, ବିଘ୍ନରାଜ, ଅମିତ, ସତ୍ୟ, ସୁନୀଲ, ଦିବ୍ୟା, ପିଙ୍କି ଓ ଅନିତା ପ୍ରମୁଖ ପ୍ରବାସୀ ଓଡ଼ିଆଙ୍କ ପ୍ରତିନିଧିତ୍ୱ କରି ନୃତ୍ୟ ପରିବେଷଣ କରିଥିଲେ । ଏହାକୁ ସମସ୍ତେ ପ୍ରଶଂସା କରିଛନ୍ତି ।