ବିରୋଧୀଙ୍କୁ ରଣେନ୍ଦ୍ରଙ୍କ ପ୍ରଶ୍ନ, ୧୭ ଜିଲ୍ଲାରେ ରବିଚାଷ ବେଳେ ୩୦ ଜିଲ୍ଲାରେ ଆନ୍ଦୋଳନ କାହିଁକି ?

1 min read

ଭୁବନେଶ୍ୱର: ଧାନକିଣା ପ୍ରସଙ୍ଗକୁ ନେଇ ବିରୋଧୀ ଚଳାଇଛନ୍ତି ନାଟକବାଜି । ୧୭ ଜିଲ୍ଲାରେ ରବିଚାଷ ହେଉଥିବା ବେଳେ ୩୦ ଜିଲ୍ଲାରେ ଆନ୍ଦୋଳନ କାହିଁକି ବୋଲି ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରଶ୍ନ କରିଛନ୍ତି । ଗତବର୍ଷ ୮୩ ପ୍ରତିଶତ ରବିଧାନ ସଂଗ୍ରହ ହୋଇଥିବା ବେଳେ ଚଳିତବର୍ଷ ୯୧ ପ୍ରତିଶତ ଧାନ ସଂଗ୍ରହ ହୋଇଛି । ପଞ୍ଜୀକୃତ ଚାଷୀଙ୍କ ଧାନ କିଣାଯାଇଛି । ଚଳିତବର୍ଷ ୮ ପ୍ରତିଶତ ଲୋକ ଧାନ ବିକିଛନ୍ତି ବୋଲି । ମନ୍ତ୍ରୀ କହିଛନ୍ତି, ମୁଁ ସବୁବେଳେ ବିରୋଧୀଙ୍କୁ କହିଛି, ଟୋକନ ବ୍ୟବସ୍ଥା ଟେକ୍ନୋଲୋଜି ଦ୍ବାରା ନିୟନ୍ତ୍ରିତ। ଏହା ଅଟୋମେଟେଡ ସିଷ୍ଟମ। ବିରୋଧୀ କଂଗ୍ରେସ ଏବଂ ବିଜେପି ଭାଇମାନଙ୍କୁ କହିଛି, ଯେଉଁମାନେ ବାଛବିଚାରର ଶିକାର ହୋଇଛନ୍ତି ଲିଖିତ ଆକାରରେ ଦେବାପାଇଁ ।

ମିଡିଲମ୍ୟାନ ମାନେ ସିଷ୍ଟମ ଭିତରେ ପଶିପାରୁନାହାନ୍ତି ।ଆମ ବ୍ୟବସ୍ଥାକୁ କେନ୍ଦ୍ର ଖାଦ୍ୟ ସଚିବ ରବିକାନ୍ତ ପ୍ରଶଂସା କରିଛନ୍ତି । ଉତ୍ତରପ୍ରଦେଶ ସରକାର ପି-ପାସ ବ୍ୟବସ୍ଥା ଲାଗୁ କରୁଛନ୍ତି । ଅବଧି ବୄଦ୍ଧି ପାଇଁ ଚିଠି ଲେଖାଯିବ ନାହିଁ। ବିଜେପି ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ନାଟକବାଜି କରୁଛି । ଦେଶର ଅବସ୍ଥା କ’ଣ ? ପେଟ୍ରୋଲ ଡିଜେଲ ଦର କେଉଁ ଆଡକୁ ଯାଉଛି ? ସେ ଯଦି୧୦୦ରୁ ଅଧିକ ପେଟ୍ରୋଲ ଡିଜେଲ ଦରକୁ ନେଇ ଗର୍ବ ଅନୁଭବ କରୁଥିବେ, ମୋର କହିବାର ନାହିଁ। ତେବେ ତେଲଦର ବୃଦ୍ଧି ଉପରୁ ଜନତାଙ୍କ ନଜର ହଟାଇବା ପାଇଁ ବିଜେପି ଆନ୍ଦୋଳନ କରୁଛି ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।

Leave a Reply