ଆହତ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କୁ ଭେଟିଲେ ରଣେନ୍ଦ୍ର ପ୍ରତାପ

ପିପିଲି:  ପିପିଲିରେ ବିଜେପି କର୍ମୀଙ୍କ ଆକ୍ରମଣରେ ଆହତ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ସାମ୍ବାଦିକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭେଟିଲେ ପୁରୀ ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଡାକ୍ତରଖାନାରେ ଉଭୟଙ୍କର ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ରଣେନ୍ଦ୍ର। ଖୁବଶୀଘ୍ର ସୁସ୍ଥ ହୋଇ ପୁଣି ପ୍ରଚାର ମଇଦାନକୁ ଯାଇ କର୍ମୀଙ୍କ ମନୋବଳ ବଢାଇବାକୁ ସେ କହିଛନ୍ତି ।

ଏହି ଆକ୍ରମଣରେ ଯେଉଁମାନେ ସଂଶ୍ଲିଷ୍ଟ ଅଛନ୍ତି ସେମାନଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ରଣେନ୍ଦ୍ର। ଗତକାଲି ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ସାମ୍ବାଦିକଙ୍କୁ ବିଜେପି କର୍ମୀ  ମରଣାନ୍ତକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା  । ବିଜେଡି ପ୍ରାର୍ଥୀ ଭୋଟ ଭିକ୍ଷା ପାଇଁ ଯାଇଥିବାବେେ କିଛି ବ୍ୟକ୍ତି ଗଣ୍ଡଗୋଷ କରିଥିଲେ ଏବଂ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ  । ଏନେଇ ଜାତୀୟ ରାଜପଥକୁ ଅବରୋଧ କରି ପ୍ରତିବାଦ କରିଥିଲେ ବିଜେଡି କର୍ମୀ  ।

 

Leave a Reply