ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ସୁଖଜିନ୍ଦର ସିଂ ରନ୍ଧାଓ୍ୱା

1 min read

ଚଣ୍ଡିଗଡ଼: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ସୁଖଜିନ୍ଦର ସିଂ ରନ୍ଧାଓ୍ୱା । ଜଣେ ଦକ୍ଷ ରାଜନୀତିଜ୍ଞ ଓ ସର୍ବଗ୍ରହଣୀୟ ନେତା ଭାବେ ସେ ହାଇକମାଣ୍ଡଙ୍କ ଆସ୍ଥାଭାଜନ ହୋଇପାରନ୍ତି । ସେ ଡେରା ବାବା ନାନକ ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି । ସେ ଜେଲ୍ ଓ ସମବାୟ ବିଭାଗ ମନ୍ତ୍ରୀ ଭାବେ ଏବେ ଦାୟିତ୍ୱ ତୁଲାଉଛନ୍ତି । କଂଗ୍ରେସର ଜଣେ ଦକ୍ଷ ନେତା ଭାବେ ସେ ଜଣାଶୁଣା । ସେ ୧୯୫୯ ଏପ୍ରିଲ ୨୫ରେ ଡେରାବ ବାବା ନାନକ ଅନ୍ତର୍ଗତ ଧାରୋଓ୍ୱାଲିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ସନ୍ତୋକ ସିଂ ରାଜ୍ୟ ପିସିସିର ଦୁଇ ଦୁଇ ଥର ସଦସ୍ୟ ଥିଲେ । ୨୦୦୨ରେ ରନ୍ଧ୍ୱାଓ୍ୱା ଫତେଗଡ ଚୁରିଆନରୁ ବିଜୟୀ ହୋଇଥିଲେ । ୨୦୧୨ରେ ସେ ଡେରା ବାବା ନାନକ ଆସନରୁ ବିଜୟୀ ହୋଇଥିଲେ । ବିଧାୟକ ଦଳ ବୈଠକରେ ତାଙ୍କ ନାଁ ସୁପାରିସ କରାଯାଇଥିବା ସୂଚନା ।

ଅପରପକ୍ଷରେ ପଞ୍ଜାବରେ ଉପ-ମୁଖ୍ୟମନ୍ତ୍ରୀ ନିଯୁକ୍ତ ନେଇ ମଧ୍ୟ ବିଚାର ବିମର୍ଶ ଚାଲିଛି । ଯାହାଦ୍ୱାରାର ଯଦି ଜଣେ ଅଣ ଶିଖ୍ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଅନ୍ୟ ଜଣେ ଶିଖ୍‌ ଏବଂ ଜଣେ ଦଳିତଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି କରାଯାଇପାରିବ । ଏହି ଫର୍ମୁଲା ଜରିଆରେ କଂଗ୍ରେସ ବିରୋଧୀ ଏବଂ ବିଶେଷକରି ଅକାଳିଦଳର ଏକ ହିନ୍ଦୁ ଏବଂ ଦଳିତ କୁ ଡେପୁଟୀ ସିଏମ୍ କରାଯିବାର ନିର୍ବାଚନ ପ୍ରତିଶ୍ରୁତିକୁ ପାଳନ କରିପାରିବ ।

ଏଥିସହିତ ପଢ଼ନ୍ତୁ: ସୋନିଆ ଗାନ୍ଧୀ କହିଲେ- ‘I Am Sorry ଅମରିନ୍ଦର’, କ୍ୟାପଟେନ୍ ବଖାଣିଲେ ଫୋନ କଲର ପୂରା କାହାଣୀ

Leave a Reply