ରଣଦୀପଙ୍କ ବଡି ଟ୍ରାନ୍ସଫର୍ମେସନ, ଫ୍ୟାନ୍ସ କହିଲେ ଏମିତି…

ମୁମ୍ବାଇ: ଅଭିନେତା ରଣଦୀପ ହୁଡା ଫିଲ୍ମ ‘ବୀର ସାବରକର’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଫ୍ୟାନ୍ସମାନେ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ସମୟରେ ରଣଦୀପ ହୁଡା ନିଜର ବଡି ଟ୍ରାନ୍ସଫର୍ମେସନର ଝଲକ ଦେଖାଇଛନ୍ତି। ଯାହାକୁ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଖୁବଶୀଘ୍ର ବଲିଉଡ ଅଭିନେତା ରଣଦୀପ ହୁଡା ଫିଲ୍ମ ‘ବୀର ସାବରକର’ ସହ ପରଦାରେ ଧମାକା କରିବାକୁ ଯାଉଛନ୍ତି । ଏହି ଫିଲ୍ମ ସହ ଅଭିନେତା ନିର୍ଦ୍ଦେଶନାରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଫିଲ୍ମକୁ ଦେଖିବାକୁ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ବର୍ତ୍ତମାନ ରଣଦୀପ ହୁଡା ନିଜ ବଡି ଟ୍ରାନ୍ସଫର୍ମେସନର ଝଲକ ଦେଖାଇଛନ୍ତି । ସେ ଏହି ଫିଲ୍ମ ପାଇଁ ୨୬ କିଲୋ ଓଜନ କମାଇଛନ୍ତି । ଯାହାର ଝଲକ ସେ ସୋସିଆଲ ମିଡିଆରେ ଦେଖାଇଥିବା ବେଳେ ଫ୍ୟାନ୍ସ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ରଣଦୀପ ନିଜ ଇନଷ୍ଟାଗ୍ରାମରେ ନିଜ ବଡି ଟ୍ରାନ୍ସଫର୍ମେସନର ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ସେ ଦର୍ପଣ ଆଗରେ ସେଲ୍ଫି ନେଉଥିବାର ନଜର ଆସିଥିବା ବେଳେ ନିଜର ଓଜନ କମାଇ ଥିବାର ଦେଖିବାକୁ ମିଳିଛି । ଫଟୋ ସେୟାର କରି ସେ ଲେଖିଛନ୍ତି, କଳା ପାଣି । ସୂଚନା ଥାଉକି, ଏହି ଲୁକ ସହ ସେ ଲୋକଙ୍କୁ କହିଛନ୍ତି ଯେ କଳା ପାଣିରେ ଦଣ୍ଡ ସମୟରେ ସାବରକର ଅବସ୍ଥା ଏହିପରି ହୋଇଯାଇଥିଲା । ଏହିପରି ଦେଖାଯିବା ପାଇଁ ଅଭିନେତା ଓଜନ ହ୍ରାସ କରିଥିଲେ । ଏହି ଲୁକ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବା ବେଳେ ଫ୍ୟାନ୍ସ ଏହାକୁ ଦେଖି ଫିଦା ହୋଇଛନ୍ତି । ଅନେକ ଫ୍ୟାନ୍ସ ଅଭିନେତାଙ୍କୁ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି ।

ସାବରକରଙ୍କ ଭଳି ଦେଖାଯିବା ପାଇଁ ରଣଦୀପ ୨୬ କିଲୋ ଓଜନ ହ୍ରାସ କରିଛନ୍ତି ଏବଂ ଚାରିମାସ ପର୍ଯ୍ୟନ୍ତ କେବଳ କ୍ଷୀର ଏବଂ ଖଜରା ଖାଇଛନ୍ତି । ନିକଟରେ ଫିଲ୍ମର ନିର୍ମାତା ଏହା ପ୍ରକାଶ କରିଥିଲେ । ସେ କହିଥିଲେ, ଫିଲ୍ମର ସୁଟିଂ ଶେଷ ନହେବା ପର୍ଯ୍ୟନ୍ତ ସେ ଚାରି ମାସ ପାଇଁ ଗୋଟିଏ ଗ୍ଲାସ୍ କ୍ଷୀର ଏବଂ ଖଜରା ଖାଇ ରହିଥିଲେ । କେବଳ ଏତିକି ନୁହେଁ, ସେ ସାବରକର ଭଳି ଦେଖାଯିବା ପାଇଁ ତାଙ୍କ ମୁଣ୍ଡର କେଶ ମଧ୍ୟ ବଢାଇଥିଲେ । ‘ସ୍ବତନ୍ତ୍ର ବୀର ସାବରକର’ ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମଟି ବିନାୟକ ଦାମୋଦର ସାବରକରଙ୍କ ବାୟୋପିକ ଅଟେ । ସେ ଜଣେ ବିପ୍ଳବୀ, ସାମାଜିକ ସଂସ୍କାରକ ତଥା ରାଜନେତା ଥିଲେ । ଏହି ଫିଲ୍ମରେ ଦାମୋଦର ସାବରକରଙ୍କ ଭୂମିକାରେ ରଣଦୀପ ଅଭିନୟ କରିବା ସହ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ରଣଦୀପ । ଏହି ଫିଲ୍ମ ସହ ରଣଦୀପ ନିର୍ଦ୍ଦେଶନାରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଚଳଚ୍ଚିତ୍ରର ନିର୍ମାତା ଆନନ୍ଦ ପଣ୍ଡିତ ହୋଇଥିବା ବେଳେ ରଣଦୀପଙ୍କ ବ୍ୟତୀତ ଅଙ୍କିତା ଲୋଖଣ୍ଡେ ଏବଂ ଅମିତ ସିଆଲଙ୍କ ସମେତ ଅନେକ କଳାକାର ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ।