ଟ୍ରେନରେ ଚଢିଲେ ୨୫୦, ଓହ୍ଲାଇଲେ ୨୫

Special Train Reached Ranchi With Only 25 Passengers Instead Of 250

ରାଞ୍ଚି: ରବିବାର ମୁମ୍ବାଇରୁ ରାଞ୍ଚି ଆସିଥିବା କରୋନା ସ୍ପେଶାଲ୍ ଟ୍ରେନ୍ ପହଞ୍ଚିବା ପରେ ସମସ୍ତେ ତାଜୁବ୍ ହୋଇ ଯାଇଥିଲେ । ଉକ୍ତ ବିଶେଷ ଟ୍ରେନକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ କରୋନା ଯାଞ୍ଚ ନେଇ ଅନେକ ପ୍ରସ୍ତୁତି କରାଯାଇଥିଲା । କିନ୍ତୁ ଟ୍ରେନରୁ ରାଞ୍ଚି ରେଲୱେ ଷ୍ଟେସନରେ ମାତ୍ର ୨୫ ଜଣ ଯାତ୍ରୀ ଓହ୍ଲାଇଥିଲେ ।

ମୁମ୍ବାଇରୁ ରାଞ୍ଚି ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଟ୍ରେନରେ ପ୍ରାୟ ୨୫୦ ଜଣ ଯାତ୍ରୀ ଥିଲେ । କିନ୍ତୁ ଅଧିକାଂଶ ଯାତ୍ରୀ ରାଞ୍ଚି ପହଞ୍ଚିବା ପୂର୍ବରୁ ହିଁ ଅନ୍ୟ ଷ୍ଟେସନରେ ଓହ୍ଲାଇ ପଡ଼ିଥିଲେ । ଅନ୍ୟପଟେ ରାଞ୍ଚି ପହଞ୍ଚିବାକୁ ଥିବା ୨୫୦ ଯାତ୍ରୀ ସଂଖ୍ୟା ଆଧାରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଳ ଷ୍ଟେସନରେ କରୋନା ଯାଞ୍ଚ ପାଇଁ ପ୍ରସ୍ତୁତି କରାଯାଇଥିଲା । କିନ୍ତୁ ଟ୍ରେନ୍ ପ୍ଲାଟଫର୍ମରେ ଲାଗିବା ପରେ ସମସ୍ତ କୋଚ୍ ଖାଲି ନଜର ଆସିଥିଲା । ଗୋଟିଏ ବଗିରୁ ୫ ଜଣ ଓ ଅନ୍ୟ ବଗିରୁ ୨୦ ଜଣ ଯାତ୍ରୀ ପ୍ଲାଟଫର୍ମରେ ଓହ୍ଲାଇଥିଲେ । ଏହାକୁ ଦେଖି ରେଲୱେ ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନର ଅଧିକାରୀ ହଇରାଣ ହୋଇ ଯାଇଥିଲେ ।

 

 

Leave a Reply