ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଫଟୋ , ’ରାମାୟଣ’ ପାଇଁ ପ୍ରସ୍ତୁତ ହେଉଛନ୍ତି କି ରଣବୀର?

1 min read

ନନ୍ଦିଘୋଷ ବ୍ୟୁରୋ: ନିର୍ଦ୍ଦେଶକ ନୀତିଶ ତିଓ୍ବାରୀ ବଡ଼ ପରଦାରେ ରିଲିଜ କରିବେ ’ରାମାୟଣ’ । ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ଏଯାବତ କୌଣସି ଅଫିସିଆଲ ସୂଚନା ଦିଆଯାଇନାହିଁ । ମାତ୍ର ଷ୍ଟାରକାଷ୍ଟକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେଉଛି । କୁହାଯାଉଛି କି, ରଣବୀର କପୁର ଏହି ଫିଲ୍ମରେ ରାମ ଭୂମିକାରେ ନଜର ଆସିବେ । ଏବେ ସୋସିଆଲ ମିଡିଆରେ ରଣବୀର କପୁରଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ହାଜଟ୍ୟାଗ ରାମାୟଣ ମଧ୍ୟ ରହିଛି । ଜିମରେ ଓଲଟା ଲଟକିଥିବାର ଏକ ଫଟୋ ଇନଷ୍ଟାଗ୍ରାମ ପେଜରେ ସେୟାର ହୋଇଛି । ଯାହାକୁ ୟୁଜର୍ସମାନେ ବେଶ ପସନ୍ଦ କରୁଥିବାବେଳେ ସେୟାର ମଧ୍ୟ କରୁଛନ୍ତି । ’ଆନିମଲ’ ବକ୍ସ ଅଫିସରେ ହିଟ୍ ହେବା ପରେ ରଣବୀରଙ୍କ କ୍ରେଜ୍ ମଧ୍ୟ ବଢ଼ିଯାଇଛି । ଦର୍ଶକେ ତାଙ୍କ ଅଭିନୟକୁ ବେଶ ପସନ୍ଦ କରୁଥିବାବେଳେ ଫ୍ୟାନ ଫଲୋର୍ସଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।

https://www.instagram.com/trainingwithnam/?utm_source=ig_embed&ig_rid=77cf887f-adc9-44c0-a199-587b49c4f739

ଏକ ରିପୋର୍ଟରେ ପ୍ରକାଶ ପାଇଛି କି, ଏପ୍ରିଲ ମାସରୁ ରାମାୟଣ ଫିଲ୍ମର ସୁଟିଂ ଆରମ୍ଭ ହୋଇପାରେ । ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଥିବା କୁହାଯାଉଛି । ତେବେ ଏହି ଫିଲ୍ମରେ କଳାକାରଙ୍କ ମଧ୍ୟରେ ସାଇ ପଲ୍ଲବୀ ସୀତା, ୟଶ ରାବଣ ଏବଂ ସନ୍ନି ଦେଓଲ ହନୁମାନ ଭୂମିକାରେ ନଜର ଆସିପାରନ୍ତି । ଲାରା ଦତ୍ତ ମଧ୍ୟ ଏହି ଚଳଚିତ୍ରରେ ଅଭିନୟ କରିବେ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି । କିନ୍ତୁ ଏଯାବତ ଅଫିସିଆଲି କୌଣସି ଘୋଷଣା କରାଯାଇନାହିଁ ।