କରନ ଜୋହରଙ୍କ ଶୋ’ “କଫି ୱିଥ୍ କରନ୍” ବିରୋଧରେ ଏମିତି କହିଲେ ରଣବୀର କପୁର… ଦେଖନ୍ତୁ ଭିଡିଓ

1 min read
Ranbir Kapoor slamming Karan Johar for his controversial show Koffee With Karan

ନୂଆଦିଲ୍ଲୀ: ବଲିଉଡ ପ୍ରଯୋଜକ କରନ ଜୋହରଙ୍କ ଟକ୍ ଶୋ’ କଫି ୱିଥ୍ କରନ ଦର୍ଶକଙ୍କ ମଧ୍ୟରେ ବହୁତ ଫେମସ୍ । କିଛି ଅଭିନେତା ଓ ଅଭିନେତ୍ରୀଙ୍କ ପାଇଁ ଏହି ଶୋ’ ବିବାଦର କାରଣ ମଧ୍ୟ ହୋଇଛି । ସେଲିବ୍ରିଟିମାନେ ଏହି ଶୋ’କୁ ଆସି ସବୁ ସତ୍ୟ ରହସ୍ୟ ବିଷୟରେ ଆଲୋଚନା କରନ୍ତି । ଯେମିତିକି କ୍ରିକେଟ ତାରକା ହାର୍ଦ୍ଦିକ ପାଣ୍ଡ୍ୟା ଏହି ଶୋ’କୁ ଆସି ଅନେକ ଆପତ୍ତିଜନକ କଥାବାର୍ତ୍ତା କରିଥିଲେ । ଏହା ପରେ ହାର୍ଦ୍ଦିକଙ୍କୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରାଯାଇଥିଲା ।

https://www.instagram.com/p/CBiVY_KjHUb/?utm_source=ig_embed&utm_campaign=embed_video_watch_again

ଏବେ ଅଭିନେତ୍ରୀ ଆଲିୟା ଭଟ୍ଟ ଓ ସୋନମ କପୁରଙ୍କ କିଛି ପୁରୁଣା ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ସେମାନେ ସୁଶାନ୍ତ ସିଂହ ରାଜପୁତଙ୍କ ବିଷୟରେ କହୁଥିବାର ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।  ଏବେ ପୁଣି ଏହି ଚ୍ୟାଟ୍ ଶୋ’ର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ରଣବୀର କପୁର କରନଙ୍କର ଏହି ଶୋ’ ବିଷୟରେ କଥା ହେଉଛନ୍ତି ।

ଭିଡିଓରେ ରଣବୀର କରନଙ୍କ ଏହି ଶୋ’ ବିପକ୍ଷରେ କହୁଛନ୍ତି । କରନଙ୍କର ଏହି ଶୋ’କୁ ଯିବା ପାଇଁ ରଣବୀରଙ୍କୁ ଜବରଦସ୍ତି ଡକାଯାଇଥିଲା । ସିଜିନ୍ ୫ରେ ରଣବୀର ଓ ଅନୁସ୍କା ଶର୍ମାଙ୍କୁ କଫି ୱିଥ୍ କରନରେ ଦେଖିବାକୁ ମିଳିଥିଲା । ରଣବୀରଙ୍କ କହିବା ଅନୁସାରେ ଏହି ଶୋ’ରେ ରଣବୀର ଓ ଅନୁସ୍କାଙ୍କ ନାଁ ନେଇ ଟଙ୍କା ଆୟ କରାଯାଇଥିଲା । କେବଳ ସେତିକି ନୁହେଁ ରଣବୀର ଶୋ’ ବିରୋଧରେ ମଧ୍ୟ ଏହି ଭିଡିଓରେ କହିଛନ୍ତି ।

ଜୁନ ମାସ ୧୪ ତାରିଖ ସକାଳେ ସୁଶାନ୍ତ ସିଂହ ରାଜପୁତ ନିଜ ଘରେ ଆତ୍ମହତ୍ୟା କରିଥିଲେ । ଏହା ପରଠୁ ବଲିଉଡ ଇଣ୍ଡଷ୍ଟ୍ରିରେ ନେପୋଟିଜମ୍ ଯୁଦ୍ଧ ଜାରି ରହିଛି । ସଲମାନ ଖାନ୍, ଆଲିୟା ଭଟ୍ଟ, ଓ କରନ ଜୋହରଙ୍କ ଫିଲ୍ମ ବିହାରରେ ବ୍ୟାନ କରାଦିଆଯାଇଛି । ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ନେପୋଟିଜମ୍ ନେଇ ୨ଟି ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଇଣ୍ଡଷ୍ଟ୍ରିର ସତ ବିଷୟରେ କହିଛନ୍ତି ।

Leave a Reply