ରଣପୁରରୁ ବିଜେପି ପ୍ରାର୍ଥୀ ତାପସ ରଞ୍ଜନ ମାର୍ଥାଙ୍କ ପ୍ରାର୍ଥୀତ୍ବକୁ ବିରୋଧ

ରଣପୁର: ବନାଗ୍ନି ପରି ମାଡ଼ୁଛି ବିଜେପି ବିଦ୍ରୋହ ନିଆଁ । ଟିକେଟ ଘୋଷଣା ପରେ ଗୋଟିଏ ପରେ ଗୋଟିଏ ନିର୍ବାଚନମଣ୍ଡଳିରେ ଦେଖିବାକୁ ମିଳୁଥି ତୀବ୍ର ଅସନ୍ତୋଷ । ନୟାଗଡ଼ ଜିଲ୍ଲା ରଣପୁର ବିଜେପିରେ ଗୋଷ୍ଠୀକନ୍ଦଳ ଦେଖିବାକୁ ମିଳିଛି। ବିଜେପି ପ୍ରାର୍ଥୀ ତାପସ ରଞ୍ଜନ ମାର୍ଥାଙ୍କୁ ହୋଇଛି ଜୋରଦାର ବିରୋଧ । ପୂର୍ବତନ ବିଧାୟିକା ସୁରମା ପାଢୀଙ୍କ ଟିକେଟ କଟିବା ପରେ ଖଡଗହସ୍ତ ହୋଇଛନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ । ଜାଗା ବ୍ଯବସାୟୀ ତାପସଙ୍କ ପ୍ରାର୍ଥିତ୍ବଙ୍କୁ ଜୋରଦାର ବିରୋଧ ସହ ବିଜେପି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି ବିଜେପି କର୍ମୀ ।