ପ୍ରଶଂସାରେ ପୋତିଲେ ରାଷ୍ଟ୍ରପତି, କହିଲେ ଆଗୋଉଛି ଓଡ଼ିଶା ଦେଶର ବିକାଶରେ ନେଉଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

1 min read
Odisha Ramnath kovind

ରାଉରକେଲା: ରାଉରକେଲାର ଅର୍ଥ ବୁଝାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରବିବାର ରାଉରକେଲା ଗସ୍ତରେ ଯାଇ ରାଷ୍ଟ୍ରପତି ବହୁ ପ୍ରତୀକ୍ଷିତ ଆଇଜିଏଚ୍‌ ସୁପର ସ୍ପେସିଆଲିଟି ହସ୍‌ପିଟାଲ ଓ ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନକୁ ଲୋକାର୍ପିତ କରିଛନ୍ତି । ଏହାପରେ ରାଷ୍ଟ୍ରପତି ନିଜ ଅଭିଭାଷଣ ରଖିଥିଲେ । ସେଥିରେ ସେ ଆରମ୍ଭରୁ ଅତିଥିମାନଙ୍କୁ ଅଭିନନ୍ଦନ ଦେବା ପରେ ‘ରଉରକେଲାର ଅର୍ଥ କ’ଣ ? ଏଥିରୁ ଆରମ୍ଭ କରିଥିଲେ ନିଜେ ଅଭିଭାଷଣ । ସେ କହିଥିଲେ ରାଉର ଅର୍ଥ ହେଉଛି ‘ଆପଣଙ୍କର’ ଆଉ କେଲା ଅର୍ଥ ହେଉଛି ‘ଗା’ । ମୋଟା ମୋଟି ରାଉରକେଲା ଅର୍ଥ ହେଉଛି ଆପଣଙ୍କ ଗାଁ । ଆଉ ଏହାକୁ କହିବା ପାଇଁ ନିଜ ଭିତରେ ସାହସ ରହିବା ଆବଶ୍ୟକ । ରାଉରକେଲା ଆସି ରାଷ୍ଟ୍ରପତି ଅତ୍ୟନ୍ତ ଖୁସି ବୋଲି କହିଛନ୍ତି ।

ସେ ନିଜ ଅଭିଭାଷଣରେ କହିଛନ୍ତି ଯେ, ରାଉରକେଲାରେ ପୂର୍ବରୁ କୌଣସି ସୁପର ସ୍ପେସିଆଲିଟି ହସ୍ପିଟାଲ ନଥିଲା । ଗତ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରେ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ କରିବାର ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୦୦ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି । ଏଥିରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହେବ । କେବଳ କେନ୍ଦ୍ର ସରକାର ନୁହଁନ୍ତି ଏଥିପାଇଁ ସହଯୋଗ କରିଥିବା ସମସ୍ତ ବିଭାଗ ଓ ବ୍ୟକ୍ତି ବିଶେଷଙ୍କୁ ରାଷ୍ଟ୍ରପତି ଧନ୍ୟବାଦ ଜଣାଇଛନ୍ତି । ଏହି ହସ୍ପିଟାଲ କେବଳ ଓଡ଼ିଶା ନୁହେଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶର ସହଯୋଗ କରିପାରିବ ।

ଓଡ଼ିଶାର ବୀର ଗାଥା ସବୁ ଭାରତୀୟଙ୍କ ପ୍ରେରଣା । ଓଡ଼ିଆ ଭାଷା ହେଉଛି ସାସ୍ତ୍ରୀୟ ଭାଷା । ସମୃଦ୍ଧି ଓ ସଂସାଧନ କ୍ଷେତ୍ରରେ ପ୍ରାକୃତିର ଅନୁପମ ବରଦାନ ପାଇଛି ଓଡ଼ିଶା । ଏହା ଦ୍ୱାରା ଓଡ଼ିଶା ନିଜର ବିକାଶ ସହିତ ଦେଶର ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

ରାଷ୍ଟ୍ରପତି ନିଜ ଭାଷଣରେ ଆର୍‌ଏସ୍‌ପିକୁ ମଧ୍ୟ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଏହା ନିଜର କର୍ମଚାରୀଙ୍କ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ । ଆର୍‌ଏସ୍‌ପି ରାଉରକେଲାର  ପରିଚୟ । ଏନ୍‌ଆଇଟି-ବିପିୟୁଟି ମଧ୍ୟ ରାଉରକେଲାର ଏକ ପରିଚୟ । ଏହି ଅଭବସରରେ କରୋନା ମହାମାରୀ କଥା ମଧ୍ୟ କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କରୋନା ମହାମାରୀ ସମୟରେ ସାରା ଦେଶ ଡହଳ ବିକଳ ହେଉଥିଲା । ଡାକ୍ତର ନର୍ସ ତଥା ସ୍ୱାସ୍ଥ୍ୟକର୍ମୀଙ୍କ ଏଥିପାଇଁ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି । ରାଉରକେଲା ସହରରେ ସେଲ୍‌ ଇଣ୍ଡିଆ ପକ୍ଷରୁ ଏହି କ୍ଷେତ୍ରରେ ଅନେକ ସହଯୋଗ ରହିଛି । ତେଣୁ ସେଲ ଇଣ୍ଡିଆକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ରାଷ୍ଟ୍ରପତି ।

ଅନ୍ୟପଟେ ଦେଶକୁ ଅନେକ ହକି ଖେଳାଳି ଗିଫ୍ଟ ଦେଇଛି ଓଡ଼ିଶା ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ କହିଛନ୍ତି ଓଡ଼ିଆ ଖେଳାଳି ଭାରତୀୟ ହକି ଟିମ୍‌ର ପ୍ରତିନିଧିତ୍ୱ କରିଛନ୍ତି ଏହାସହ ଭାରତକୁ ଅନେକ ସଫଳତା ମଧ୍ୟ ଦେଇଛନ୍ତି । ରିଓ ଅଲମ୍ପିକ୍ ୨୦୧୬ରେ ଭାରତୀୟ ମହିଳା ହକି ଦଳ ଦେଶ ପାଇଁ ଗୌରବ ଆଣିଛି । ଏହି ଟିମ୍‌ରେ ୪ ଜଣ ଓଡ଼ିଆ ଖେଳାଳି ରହିଥିଲେ । ଓଡ଼ିଶାରେ ତିନୋଟି ଅନ୍ତରାଷ୍ଟ୍ରିୟ କାର୍ଯ୍ୟକ୍ରମ ହୋଇସାରିଛି । ଯାହାକି ଦେଶ ପାଇଁ ଏକ ବଡ଼ ଉଦାହରଣ । ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ, ଯିଏ କି ଭାରତୀୟ ହକି ଟିମ୍‌ର ପ୍ରାୟୋଜକ । ତେଣୁ ୨୦୨୩ରେ ହେବାକୁ ଥିବା ପୁରୁଷ‌ ଏଫ୍‌ଆଇଏଚ୍‌‌ ହକି ଓ୍ୱାର୍ଲ୍ଡ କପ୍‌ ଦାୟିତ୍ୱ ମଧ୍ୟ ଓଡ଼ିଶାକୁ ଦିଆଯାଇଛି । ରାଉରକେଲା ହେବାକୁ ଥିବା ଦେଶର ସବୁଠାରୁ ବଡ଼ ହକି ଷ୍ଟାଡିୟମ୍‌ ଖୁବ୍‌ଶୀଘ୍ର ନିର୍ମାଣ କରାଯାଉ ବୋଲି ରାଷ୍ଟ୍ରପତି ଆଶା ରଖିଥିବା କହିଛନ୍ତି । ଏହାଦ୍ୱାରା ଓଡ଼ିଶାର ହକି ଖେଳାଳିମାନେ ହକିକୁ ଏକ ନୂଆ ସୋପାନରେ ପହଞ୍ଚାଇପାରିବେ ।

Leave a Reply