ଓଡ଼ିଶାକୁ ଜାଣି ନାହାନ୍ତି ରାମ ଗୋପାଲ ! ଏମିତି କହି ଟ୍ରୋଲ୍ ହେଲେ ରାମୁ
1 min readହାଇଦ୍ରାବାଦ: ରାମ ଗୋପାଲ ବର୍ମା ସତ୍ୟା,କମ୍ପାନୀ ଭଳି ଫିଲ୍ମର ନିର୍ଦ୍ଦେଶକ । ନିଜ ନୂଆ ଫିଲ୍ମ ଥ୍ରିଲରରେ ଜଣେ ଓଡ଼ିଆ ଝିଅ ଅପସରାଙ୍କୁ ସୁଯୋଗ ଦେଇଛନ୍ତି । ଅପସରାଙ୍କୁ ଇଣ୍ଟ୍ରୋଡ୍ୟୁସ୍ କରି ସେ ଟ୍ୱିଟ୍ କରିଥିଲେ । ଟ୍ୱିଟରେ ଲେଖିଥିଲେ ୧୯୯୯ ମସିହା ପରଠାରୁ ଓଡ଼ିଶାକୁ ଜାଣିନଥିଲି । ହୁଏତ ରାମଗୋପାଳଙ୍କ କହିବା ହେଉଛି ଓଡ଼ିଶା ବାବଦରେ ଅଧିକ କିଛି ୧୯୯୯ ମସିହା ପରଠାରୁ ସେ ଶୁଣି ନାହାନ୍ତି । ତାଙ୍କ ଅନୁସାରେ ଅପସରାଙ୍କୁ ଦେଖିବା ପରେ ତାଙ୍କୁ ଲାଗିଲା ଯେ, ଓଡ଼ିଶାରେ ଟ୍ୟାଲେଣ୍ଟ୍ ଅଛି । ଏପର୍ଯ୍ୟନ୍ତ ତ’ ଠିକ୍ ଥିଲା କିନ୍ତୁ ରାମ ଗୋପାଳଙ୍କ ଟ୍ୱିଟରେ ଓଡ଼ିଶାକୁ ଓରିସା ଲେଖିବା ଓ ସେ ଓଡ଼ିଶାକୁ ଜାଣି ନାହାନ୍ତି ବୋଲି କହିବା ତାଙ୍କୁ ମହଙ୍ଗା ପଡିଛି । ନିଜ ବିବାଦୀୟ ଟ୍ୱିଟ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ରାମୁଙ୍କୁ ଏଥିପାଇଁ ଏବେ ଟ୍ରୋଲ୍ ହେବାକୁ ପଡୁଛି । ଦେଖନ୍ତୁ ଟ୍ୱିଟରେ କ’ଣ କହିଛନ୍ତି ରାମ ଗୋପାଳ ବର୍ମା
Before meeting Apsara,I dint even hear about Orissa since the 1999 hurricane..but after meeting her now ,I realised that Orissa creates all kinds of hurricanes..it’s been a great revelation that Orissa has such beauties ..MORE POWER TO ORISSA @apsara_rani_ pic.twitter.com/v8MStRM5ab
— Ram Gopal Varma (@RGVzoomin) July 6, 2020
ରାମୁଙ୍କ ଭୂଗୋଳ ମାନେ ଜିଓଗ୍ରାଫି ଜ୍ଞାନକୁ ନେଇ କେହି ୟୁଜର ପ୍ରଶ୍ନ ଉଠାଇଛନ୍ତି ତ କିଏ ତାଙ୍କ ବନାନ ଜ୍ଞାନ ଆଡକୁ ଆଙ୍ଗୁଳି ଦେଖାଇଛନ୍ତି । ଜଣେ ୟୁଜର ରାମୁଙ୍କୁ ଓଡ଼ିଶାର ବନାନ ଠିକ ଭାବେ ଲେଖିବାକୁ କହିଛନ୍ତି ।
Not Orissa , it's Odisha .
— Cinema Ka Deewana (@CinemaDeewana) July 6, 2020
ସିନେମା କା ଦିୱାନା ଭଳି ବ୍ରିଜେସ ସିଂ ନାମକ ୟୁଜର ମଧ୍ୟ ରାମ ଗୋପାଳ ବର୍ମାଙ୍କୁ ବନାନ ଠିକ୍ କରିବାକୁ ପରାମର୍ଶ ଦେଇଛନ୍ତି ।
U need to re check! Spelling of Odisha is wrong written.
— Brijesh Singh (@aryan_solankey) July 6, 2020
ଆଉ ଜଣେ ତାଙ୍କ ଭୂଗୋଳ ଜ୍ଞାନ ଉପରେ ପ୍ରଶ୍ନ ଉଠାଇଛନ୍ତି । ଲାଗୁଛି ମାଫିଆ,ମର୍ଡର ମିଷ୍ଟ୍ରି ଫିଲ୍ମ ତିଆରି କରି ରାମୁ ତାଙ୍କ ଭୂଗୋଳ ଜ୍ଞାନ ଭୁଲି ଗଲେଣି । ନହେଲେ ଘର ପାଖ ରାଜ୍ୟ କଥା ଗଲା ୨୧ ବର୍ଷ ହେଲା ଶୁଣି ନାହାନ୍ତି ବୋଲି କହିନଥାନ୍ତେ ।
https://twitter.com/ChinmayeegG/status/1280037217637826560
ରାମୁଙ୍କ ଭୂଗୋଳ ଜ୍ଞାନ ଉପରେ ପ୍ରଶ୍ନ ଉଠିବାର କାରଣ ହେଲା ଏକ ତ’ ସେ ଭାରତୀୟ ପୁଣି ତାଙ୍କ ପୁରୁଣା ଘର ଅବିଭିବକ୍ତ ଆନ୍ଧ୍ରପ୍ରଦେଶର ପଡ଼ୋଷୀ ହେଉଛି ଓଡ଼ିଶା । ଏମିତିରେ ଓଡ଼ିଶାକୁ ରାମୁ ଜାଣି ନଥିବା କହିବା ତାଙ୍କ ଅଜ୍ଞାନତା ନା ଫାଜିଲାମି ?
Please study Geography of Ur country plese
— SAILEN NAYAK (@SAILENKUMAR7) July 6, 2020
ଜଣେ ୟୁଜର୍ ତ’ ରାମୁଙ୍କୁ ନିଜ ଦେଶର ଭୂଗୋଳ ପଢନ୍ତୁ ବୋଲି ପରାମର୍ଶ ଦେବାକୁ ଭୁଲି ନାହାନ୍ତି । ଏବେ ରାମୁ ଏ ବୟସରେ ଭୂଗୋଳ ପଢିବେ କି ନାହିଁ ତାହା ଦେଖିବାକୁ ବାକି ରହିଲା ।