ମନ୍ଦିରକୁ ମାରିଲା ଘଡଘଡି, ଭାଙ୍ଗିଲା ଭୁବନେଶ୍ବରର ରାମେଶ୍ବର ମନ୍ଦିରର ଦଧିନଉତି

ଭୁବନେଶ୍ୱର : ବଜ୍ରପାତରେ ଖସିଲା ମନ୍ଦିର ଦଧିନଉତି । ଭୁବନେଶ୍ବରର ରଥରୋଡ୍ ମାଉସୀ ମାଆ ଛକରେ ଥିବା ରାମେଶ୍ବର ମନ୍ଦିରର ଦଧିନଉତି ଖସିପଡ଼ିଛି । ଘଡ଼ଘଡ଼ି ମାରିବାରୁ ମନ୍ଦିରର ଦଧିନଉତି ଖସି ପଡ଼ିଛି । ସେବାୟତମାନେ ମନ୍ଦିର ଭିତରେ ଥିବା ବେଳେ ସକାଳ ୯ଟାରୁ ୧୦ଟା ଭିତରେ ହଠାତ ଭୀଷଣ ଶବ୍ଦ ଶୁଭିଥିଲା । ପରେ ଦେଖିବା ବେଳ ମନ୍ଦିରର ଦଧିନଉତି ଭାଙ୍ଗି ତଳେ ପଡ଼ିଥିଲା । ସେଠାରେ ଉପସ୍ଥିତ ଥିବା ବ୍ରହ୍ମଣ ଓ ପୂଜା କରିବାକୁ ଆସିଥିବା ଲୋକମାନେ ଏହା ଦେଖି ଭୟଭୀତ ହୋଇପଡିଥିଲେ