ବନ୍ଧା ହେଲେ ଠକ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଭଉଣୀ, ରିମାଣ୍ଡରେ ଆଣି ସତ ଓଗାରିବ ପୋଲିସ

ଭୁବନେଶ୍ୱର: ବନ୍ଧା ହେଲେ ଠକ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଭଉଣୀ । ନକଲି ଡାକ୍ତର ରମେଶ ସ୍ୱାଇଁ ଠକେଇ ମାମଲାରେ ପୋଲିସ ସ୍କାନରରେ ରହିଥିଲେ ରମେଶଙ୍କ ପୂରା ପରିବାର । ରମେଶର ଠକେଇ ସିଣ୍ଡିକେଟରେ ଭାଇ, ଭଉଣୀ ଓ ଭିଣୋଇଙ୍କ ଭୂମିକା ଥିବା ସୂଚନା ମିଳିଥିଲା । ତେବେ ଏହି ମାମଲାରେ ଆଜି ପୋଲିସ ଠକ ରମେଶଙ୍କ ଭଉଣୀଙ୍କୁ ପଚରା ଉଚାରା କରିବା ପାଇଁ ଆଣିଥିଲା । ଉଭୟ ଭାଇ ଭଉଣୀଙ୍କୁ ଆଜି ମୁହାଁମୁହିଁ ଜେରା କରିଥିଲା ପୋଲିସ । କିଛି ସମୟ ଉଭୟଙ୍କୁ ମୁହାଁମୁହିଁ ଜେରା କରିବା ପରେ ରମେଶର ଭଉଣୀଙ୍କୁ ବାନ୍ଧିଥିଲା ପୋଲିସ । ରମେଶ ଭଉଣୀଙ୍କୁ ଗିରଫ କରିବା ପରେ ତାଙ୍କୁ ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରିବାକୁ କୋର୍ଟରେ ଆବେଦନ କରିବ ପୋଲିସ ।

ଅନ୍ୟପକ୍ଷରେ ପ୍ରତିଦିନ ଖୋଲୁଛି ଠକ ନକଲି ଡାକ୍ତର ରମେଶ ସ୍ବାଇଁର ଗୁମର । ରମେଶଙ୍କଠାରୁ ଠକେଇର ସତ ଓଗାରୁଛି ପୋଲିସ । ତେବେ ଏବେ ବି ଭିଣୋଇ ଗଣେଶ ଓ ଡ୍ରାଇଭର ରମେଶ ଫେରାର ଅଛନ୍ତି । ସେପଟେ ଆଜି ସରୁଛି ରମେଶଙ୍କ ରିମାଣ୍ଡ ଅବଧି । ତେଣୁ ଅଧିକ ପଚରା ଉଚରା ପାଇଁ ରମେଶଙ୍କୁ ପୁଣି ଥରେ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବ ପୋଲିସ ।

ଅନ୍ୟପଟେ ଠକ ରମେଶର ଖୁଣ୍ଟୁଣି ଅଞ୍ଚଳରେ ଏକ ଫାର୍ମ ହାଉସରେ ରେଡ୍ କରିଛି ପୋଲିସ । ଫାର୍ମ ହାଉସରେ କ’ଣ ରହିଛି ତାହା ଜାଣିବା ପାଇଁ ଖୁଣ୍ଟୁଣି ଫାର୍ମ ହାଉସରେ ରେଡ୍ କରିଛି ସ୍ପେଶାଲ ଟିମ୍ । ଫାର୍ମ ହାଉସର କର୍ମଚାରୀଙ୍କୁ ପୋଲିସ ପଚରାଉଚରା କରୁଛି । ଆନ୍ଧ୍ର ବ୍ୟବସାୟୀଙ୍କ ଠାରୁ ଆଣିଥିବା ଚାରା ଫାର୍ମ ହାଉସରେ ଲଗାଇଥିଲେ । ଆଉ ଏବେ ୩୦ ଏକରରୁ ଅଧିକ ଜମିରେ ଥିବା ଫାର୍ମ ହାଉସକୁ ସିଲ୍ କରିବ ପୋଲିସ ।

Leave a Reply