ରାମାୟଣର ରାବଣ ମରିନାହାଁନ୍ତି, ମୁତ୍ୟୁ ଖବର ହେଉଛି ଏକ ଗୁଜବ

1 min read

ନୂଆଦିଲ୍ଲୀ: ରାବଣ ମରିନାହାଁନ୍ତି, ସେ ବଞ୍ଚିଛନ୍ତି। କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେ ରାମାୟଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରୀବେଦିଙ୍କ ମୃତ୍ୟୁ ହୋଇଛି। ଯାହା ସୋସିଆଲ ମିଡିଆରେ ଏବେ ବହୁ ପରିମାଣରେ ଭାଇରାଲ ହେବାକୁ ଲାଗୁଛି। ଯେଉଁଥି ପାଇଁ ରାବଣଙ୍କୁ ପସନ୍ଦ କରୁଥିବା ଦର୍ଶକ ଏଥିପାଇଁ ବହୁତ ଦୁଖ ଅନୁଭବ କରୁଛନ୍ତି।

ତେବେ ଆମେ ଆପଣଙ୍କୁ କହିଦେବାକୁ ଚାହୁଁଛୁଯେ ଏହା ହେଉଛି ଏକ ଗୁଜବ। ଯେଉଁଥି ପାଇଁ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିଥିବା ତାଙ୍କ ପୂର୍ବତନ ସହ-ଅଭିନେତା ଲକ୍ଷ୍ମଣ, ସୁନୀଲ ଲାହରୀ ଏହାକୁ ଖଣ୍ଡନ କରିଛନ୍ତି। ଦେଶରେ ଏବେ କରୋନା ସଂକ୍ରମଣ ନେଇ ସମସ୍ତେ ଭୟରେ ବଞ୍ଚୁଛନ୍ତି। ତେବେ ଏପରି ଚାପଗ୍ରସ୍ତ ସମୟରେ ମିଥ୍ୟା ଖବର ପ୍ରଚାର ନକରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ଅରବିନ୍ଦଙ୍କ ଫଟୋ ସେୟାର କରି ସୁନୀଲ ଲେଖିଛନ୍ତି, ” ଆଜିକାଲି କରୋନା ପାଇଁ ପ୍ରତି ଦିନ ଖରାପ ଖବର ଶୁଣିବାକୁ ମିଳୁଛି, ଆଉ ଉପରୁ ଅରବିନ୍ଦ ତ୍ରିବେଦୀ ଜିଙ୍କ ମୃତ୍ୟୁ ଗୁଜବ, ଯେଉଁମାନେ ଏଭଳି ମିଛ ଖବର ପ୍ରକାଶ କରୁଛ ଦୟାକରି ବନ୍ଦ କର ବୋଲି ସେ କହିଛନ୍ତି । ଭଗବାନଙ୍କ ଦୟାରୁ ଅରବିନ୍ଦ ଜି ଭଲ ଅଛନ୍ତି । ମୁଁ ତାଙ୍କ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି ବୋଲି ସୁନୀଲ କହିଛନ୍ତି”।

ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ଅନେକ ଥର ମୃତ୍ୟୁ ଖବରର ଏଭଳି ଶିକାର ହୋଇଛନ୍ତି। ଗତ ବର୍ଷ ମେ ମାସରେ ମଧ୍ୟ ସମାନ ଖବର ବ୍ୟାପିବାରେ ଲାଗିଲା, ଯାହା ଅରବିନ୍ଦ ତାଙ୍କ ଭଣଜାକୁ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ନେଇ ଏହା ଅସତ୍ୟ ବୋଲି ସ୍ପଷ୍ଟ କରିବାକୁ କହିଥିଲେ।

Leave a Reply