ମୃତ୍ୟୁଶଯ୍ୟାରୁ ଡାଏରୀ ଲେଖି ରାତାରାତି କେମିତି ପ୍ରସିଦ୍ଧ ହୋଇଥିଲେ ରାମାନନ୍ଦ ସାଗର,ଜାଣନ୍ତୁ
1 min readମୁମ୍ୱାଇ: ସାରା ଦେଶରେ କରୋନା ମହାମାରୀ ପାଇଁ ଲକଡାଉନ୍ କରାଯାଇଛି । ଘରେ ରୁହ ସୁସ୍ଥ ରୁହ ନାରା ଚାରିଆଡେ । ଲୋକଙ୍କୁ ମନୋରଞ୍ଜନ ଯୋଗାଇବା ପାଇଁ ଦୂରଦର୍ଶନରେ ପୁଣି ଥରେ ରାମାୟଣ ଏବଂ ମହାଭାରତ ଭଳି ଐତିହାସିକ ସିରିଏଲ ଆରମ୍ଭ ହୋଇଛି । ଏବେ ବି ସମସ୍ତେ ରାମ ଏବଂ ସୀତାଙ୍କୁ ମନେ ରଖିଛନ୍ତି । କିନ୍ତୁ ରାମାନନ୍ଦଙ୍କୁ ଲୋକେ ଭୁଲି ଯାଇଛନ୍ତି, ଯିଏ ସେମାନଙ୍କୁ ତିଆରି କରିଥିଲେ । ଚଳଚ୍ଚିତ୍ର ନିର୍ଦ୍ଦେଶକ ରମାନନ୍ଦ ସାଗର ରାମାୟଣ, ମହାଭାରତ ସମେତ ଅନେକ ଲୋକପ୍ରିୟ ସିରିଏଲ ତିଆରି କରିଥିଲେ । ଏହି କାରଣରୁ ଆଜି ତାଙ୍କ ନାଁ ଅମର ହୋଇଛି । କିନ୍ତୁ ଆପଣ ଜାଣନ୍ତି କି ରାମାନନ୍ଦ ଜଣେ ଯକ୍ଷ୍ମା ରୋଗୀ ଥିଲେ ? ଚିକିତ୍ସା ସମୟରେ, ସେ ଏକ ଡାଏରୀ ଲେଖିବା ଆରମ୍ଭ କରିଥିଲେ ଏବଂ ତାଙ୍କର ଡାଏରୀର ପ୍ରତ୍ୟେକ ଲେଖା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଆସନ୍ତୁ ଜାଣିବା କଣ ଲେଖାଥିଲା ତାଙ୍କ ଡାଏରୀରେ ।
ଏକ ସାକ୍ଷାତକାରରେ, ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ୍ ସାଗର ଏହି ଉପନ୍ୟାସ ବିଷୟରେ ଉଲ୍ଲେଖ କରିଛନ୍ତି । ସେ କହିଥିଲେ- ‘ମୋ ବାପା ରମାନନ୍ଦ ସାଗର ପଢିବା ଏବଂ ଲେଖିବାକୁ ବହୁତ ପସନ୍ଦ କରୁଥିଲେ । ସେ ଦିନରାତି ଅଧ୍ୟୟନ କରୁଥିଲେ । ଦିନେ ତାଙ୍କର କାଶ ହେଲା, ତା’ପରେ ସେ ଦେଖିଲେ ଯେ, ତାଙ୍କ ପୋଷାକରେ ରକ୍ତ ଲାଗିଛି । ପରିବାରର ଡାକ୍ତରଙ୍କୁ ଡକାଯାଇଥିଲା ଏବଂ ଅନୁସନ୍ଧାନ ବେଳେ ତାଙ୍କର ଯକ୍ଷ୍ମା ଥିବା ଜଣାପଡିଥିଲା।
‘ସେତେବେଳେ ଯକ୍ଷ୍ମା ପାଇଁ କୌଣସି ଉପଚାର ନଥିଲା । ଡାକ୍ତର ତାଙ୍କୁ ଟିବି ବା ଯକ୍ଷ୍ମା ହସପିଟାଲରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ । ତା’ପରେ ବାପା(ରାମାନନ୍ଦ ସାଗର)ଙ୍କୁ ତାଙ୍କ ଜେଜେବାପା ଟାଙ୍ଗମର୍ଗର ଯକ୍ଷ୍ମା ହସ୍ପିଟାଲକୁ ନେଇ ସେଠାରେ ଭର୍ତ୍ତି କରିଥିଲେ । ଯକ୍ଷ୍ମା ରୋଗୀମାନେ ଏଠାକୁ ଆସୁଥିଲେ ଜୀବିତ କିନ୍ତୁ ଫେରୁଥିଲେ ମୃତ ।
ସେହି ହସ୍ପିଟାଲରେ ମଧ୍ୟ ଏକ ଦମ୍ପତି ଥିଲେ । ସେମାନେ ପରସ୍ପରକୁ ବହୁତ ଭଲ ପାଉଥିଲେ । ଦିନେ ଦୁହେଁ ସୁସ୍ଥ ହୋଇ ଚାଲିଗଲେ । ରାମାନନ୍ଦ ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେଦିନ ସେ ଅନୁଭବ କଲେ ଯେ ପ୍ରେମ କୌଣସି ବି ରୋଗକୁ ଦୂର କରିପାରିବ । ସେହି ଦିନଠାରୁ ସେ ପ୍ରତିଦିନ ଡାଏରୀ ଲେଖିବା ଆରମ୍ଭ କଲେ – ମୃତ୍ୟୁ ଶଯ୍ୟାରୁ ଯକ୍ଷ୍ମା ରୋଗୀଙ୍କ ଡାଏରୀ ।
‘ସାହିତ୍ୟ ସହିତ ଜଡିତ ସମସ୍ତ ବ୍ୟକ୍ତି ଏହାକୁ ପଢିଥିଲେ । ଏବଂ ରାମାନନ୍ଦ ଅଧିକ ଲେଖିବା ଆରମ୍ଭ କଲେ । ଏହି ଲେଖା ପଢି ଖବରକାଗଜର ସମ୍ପାଦକ ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ ଭାବିବାକୁ ଲାଗିଲେ ଯେ, ଜଣେ ଲୋକ ମରୁଥିବା ସମୟରେ କିପରି ଜୀବନଯାପନ କରୁଛନ୍ତି ତାହା ତାହା କେମିତି ଲୋଖୁଛନ୍ତି ।’
ରମାନନ୍ଦଙ୍କ ଲେଖା ସମ୍ପାଦକଙ୍କ ହୃଦୟକୁ ଛୁଇଁଲା ଏବଂ ସେ ତାଙ୍କ ଖବରକାଗଜରେ ସେହି ଲେଖାକୁ ସ୍ଥାନ ଦେଲେ – ‘ମୃତ୍ୟୁ ଶଯ୍ୟାରୁ ରାମାନନ୍ଦ ସାଗର’ । ଫୈଜ ଅହମ୍ମଦ ଫୈଜ, କିଶନ ଚନ୍ଦ୍ର, ରାଜନ୍ଦର ସିଂ ବେଦୀ ମଧ୍ୟ ରାମାନନ୍ଦଙ୍କ ଲେଖାକୁ ପ୍ରଶଂସା କରିଥିଲେ ଏବଂ ସେ ମଧ୍ୟ ତାଙ୍କର ଫ୍ୟାନ ହୋଇଯାଇଥିଲେ। ତା’ପରେ ରାମାନନ୍ଦ ସାଗର ଜଣେ ଲେଖକ ଭାବରେ ସ୍ୱୀକୃତି ପାଇଲେ ।