spot_img

Latest Posts

ରାମାୟଣ ହେବା ପାଇଁ ଲାଗିଥିଲା ୫୫୦ ଦିନ, ପ୍ରତ୍ୟେକ ଏପିସୋଡରେ ଖର୍ଚ୍ଚ ହୋଇଥିଲା ଏତିକି ଟଙ୍କା…

୩୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ପୌରାଣିକ ଟିଭି ସିରିଏଲ ରାମାୟଣ। ଯାହାକୁ ତିଆରି କରିଥିଲେ ରମାନନ୍ଦ ସାଗର। ଏହି ସିରିଏଲ ଏତେ ମାତ୍ରାରେ ଲୋକଙ୍କ ମନକୁ ଛୁଇଁଥିଲା ଯେ ଲୋକେ ଟିଭି ସାମ୍ନାରେ ବସିରହୁଥିଲେ ଏହା ଦେଖିବାପାଇଁ। ଯଦି ଘରେ ଟିଭି ନାହିଁ ତେବେ ପଡ଼ୋଶୀଙ୍କ ଘରେ ଯାଇ ଭିଡ ଯମାଉଥିଲେ ଏହା ଦେଖିବାପାଇଁ। ଲୋକମାନେ ବାସ୍ତବ ଜୀବନରେ ରାମ ଏବଂ ସୀତାଙ୍କୁ ପୂଜା କରନ୍ତି କିନ୍ତୁ ସେହି ସମୟରେ ରାମାୟଣ ଦେବା ମାତ୍ରେ ଲୋକେ ଟିଭି ସାମ୍ନାରେ ମଧ୍ୟ ପୂଜା କରିବାକୁ ଲାଗିଥିଲେ।ଏପରି ଅଲୌକିକ ଏବଂ ଚମତ୍କାର ପ୍ରଦର୍ଶନ କରି ରମାନନ୍ଦ ସାଗର ସବୁଦିନ ପାଇଁ ଅମର ହୋଇଗଲେ ।

ଆଜି ଲକଡାଉନ୍ ସମୟରେ ଏହି ଐତିହାସିକ ଶୋ ପୁଣିଥରେ ଟେଲିକାଷ୍ଟ କରାଯାଉଛି । କିନ୍ତୁ ଆପଣ କେବେ ଭାବିଛନ୍ତିକି ୮୦ ଦଶକରେ ରାମାୟଣ ପରି ଏକ ଗ୍ରାଣ୍ଡ ସୋ ତିଆରି କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥିବ। ଏହା କରିବା ପାଇଁ ରମାନନ୍ଦ ସାଗରଙ୍କ ପାଇଁ କେତେ କଷ୍ଟ ହେଇଥିବ। ଆଜି ଆମେ ଆପଣଙ୍କୁ ଏସବିଶେଷ ତଥ୍ୟ ଦେବୁ ।

ଚଳଚ୍ଚିତ୍ର ନିର୍ମାଣ କରୁଥିବା ରମାନନ୍ଦ ସାଗର। ହଠାତ୍ ରାମାୟଣ ତିଆରି କରିବାକୁ ଚିନ୍ତା କଲେ । କିନ୍ତୁ ତାଙ୍କ ସ୍ୱପ୍ନର ପ୍ରୋଜେକ୍ଟକୁ ପ୍ରାୟୋଜିତ କରିବାକୁ କେହି ପ୍ରସ୍ତୁତ ନଥିଲେ। ରମାନନ୍ଦ ସାଗର ଏବଂ ତାଙ୍କ ପୁଅ ପାଣ୍ଠି ସଂଗ୍ରହ ପାଇଁ ବହୁତ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସଫଳତା ମିଳି ନଥିଲା।

ପ୍ରେମ ସାଗରଙ୍କ କହିବା ଅନୁଯାୟୀ ତାଙ୍କ ବାପା ତଥାପି ହାର ମାନି ନଥିଲେ। ସେ ନିଜ ଭିତରେ ପୁରା ପ୍ରସ୍ତୁତ ଥିଲେ କି ’ରାମାୟଣ, କୃଷ୍ଣ ଏବଂ ଦୁର୍ଗା’ ସୋ କରିବାପାଇଁ।

ତେବେ ରାମାୟଣକୁ ସମର୍ଥନ ନକରିବାର ମୁଖ୍ୟ କାରଣ ଥିଲାକି ସେତେବେଲବ ଲୋକଙ୍କ ମଧ୍ୟରେ ଏହି ମୁଣ୍ଡ ଏବଂ ମୁକୁଟର ଚିନ୍ତାଧାରା କାମ କରିବନି ବୋଲି। ଏହି ସମୟରେ, ରମାନନ୍ଦ ସାଗର ୧୯୮୬ ରେ ବିକ୍ରମ ଏବଂ ବେତାଲ ସୋ କରିଥିଲେ। ଏହି ସୋ ଏକ ଜବରଦସ୍ତ ହିଟ୍ ହୋଇଗଲା ।
ବିକ୍ରମ ଏବଂ ବେତାଲ ହିଟ୍ ହେବା ପରେ ରମାନନ୍ଦ ସାଗରଙ୍କ କମ୍ପାନୀ ରାମାୟଣ ପାଇଁ ପ୍ରାୟୋଜକ ପାଇବା ଆରମ୍ଭ କଲା । ପ୍ରେମ ସାଗରଙ୍କ ଅନୁଯାୟୀ ବିକ୍ରମ ବେତାଲର ଏକ ଏପିସୋଡରେ ୧ ଲକ୍ଷରୁ ନିର୍ମିତ ହୋଇଥିଲା। କିନ୍ତୁ ରାମାୟଣର ପ୍ରତ୍ୟେକ ଏପିସୋଡ୍ ତିଆରି କରିବାରେ ପ୍ରାୟ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ।


ସେହି ସମୟରେ ୧ ଏପିସୋଡ ପିଛା ୯ ଲକ୍ଷ ଖର୍ଚ୍ଚ କରିବା ଏକ ବଡ଼ କଥା ଥିଲା । ରାମାୟଣକୁ ସେହି ସମୟର ସବୁଠାରୁ ମହଙ୍ଗା ଶୋ ମଧ୍ୟ କୁହାଯାଉଥିଲା।

ଲିମକା ବୁକ୍ ଅଫ୍ ରେକର୍ଡସ ୨୦୦୩ ତଥ୍ୟ ଅନୁଯାୟୀ, ରାମାୟଣର ପ୍ରଥମ ଟେଲିକାଷ୍ଟକୁ ୪୦ ମିଲିଅନ ଲୋକ ଦେଖିଥିଲେ। ୫୫ ଟି ଦେଶରେ ରାମାୟଣ ଟେଲିକାଷ୍ଟ ହୋଇଥିଲା। ବିବିସି ଅନୁଯାୟୀ, ଏହି ସୋକୁ ସାରା ବିଶ୍ୱରେ ୬୫୦ ମିଲିଅନରୁ ଅଧିକ ଲୋକ ଦେଖିଥିଲେ। ଏହା ସହିତ ରାମାୟଣ ଦୁନିଆର ସବୁଠୁ ଅଧିକ ଦେଖାଯାଉଥିବା ସୋ ହୋଇପାରିଥିଲା ।

ରାମାୟଣର ସଫଳତାକୁ ଲକ୍ଷ କରି ଏହାକୁ ୩ ଥର ବୃଦ୍ଧି କରାଯାଇଥିବାର ଆକଳନ କରାଯାଇଛି । ଗୁଜୁରାଟର ଅମ୍ବରଗାଓଁରେ ଏହାର ପୁରା ସୁଟିଂ ହୋଇଥିଲା।

Latest Posts

Don't Miss