ବଦଳିବ ରାମ ମନ୍ଦିରର ନକ୍ସା: ଶିଳାନ୍ୟାସ ପାଇଁ PMOକୁ ପଠାଗଲା ୨ଟି ତାରିଖ

ଅଯୋଧ୍ୟା: ଶନିବାର ରାମ ମନ୍ଦିର ନିର୍ମାଣ ପାଇଁ ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର  ବୈଠକ ବସିଥିଲା । ଅନୁଷ୍ଠିତ ବୈଠକରେ ଭିତ୍ତିପ୍ରସ୍ତର ସ୍ଥାପନ ତାରିଖ ଉପରେ ଆଲୋଚନା କରାଯାଇଥିଲା। ଅଗଷ୍ଟ ୩ ଏବଂ ଅଗଷ୍ଟ ୫ ତାରିଖକୁ ଟ୍ରଷ୍ଟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭିତ୍ତିପ୍ରସ୍ତର ତାରିଖ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ।

रामजन्मभूमि परिसर में आज ...

ଏହା ବ୍ୟତୀତ ମନ୍ଦିରର ଉଚ୍ଚତା ଏବଂ ନିର୍ମାଣ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଅଯୋଧ୍ୟା ସର୍କିଟ ହାଉସରେ ଅପରାହ୍ନ ୩ଟାରେ ଏହି ସଭା ଆରମ୍ଭ ହୋଇଥିଲା। ଟ୍ରଷ୍ଟ ମିଟିଂ ପ୍ରାୟ ଅଢେଇ ଘଣ୍ଟା ଧରି ଚାଲିଥିଲା ।

Govt forms 15-member trust for building Ram Mandir - Mail Today News

ମନ୍ଦିରର ମାନଚିତ୍ରରେ ମଧ୍ୟ ପରିବର୍ତ୍ତନ କରାଯିବ । ବର୍ତ୍ତମାନ ମନ୍ଦିରରେ ୩ ପରିବର୍ତ୍ତେ ୫ଟି ଗମ୍ବୁଜ ରହିବ । ପ୍ରସ୍ତାବିତ ମାନଚିତ୍ରଠାରୁ ମନ୍ଦିରର ଉଚ୍ଚତା ମଧ୍ୟ ଅଧିକ ହେବ ।

Ram Mandir Trust members meet PM, invite him to visit Ayodhya for ...

ଟ୍ରଷ୍ଟ ଜେନେରାଲ ସେକ୍ରେଟାରୀ ଚମ୍ପତ ରାୟ କହିଛନ୍ତି ଯେ, ପରିସ୍ଥିତି ସ୍ୱାଭାବିକ ହେବା ପରେ ଏହି ପାଣ୍ଠି ସଂଗ୍ରହ କରାଯିବ। ଆମେ ଅନୁଭବ କରୁଛୁ ଯେ, ମନ୍ଦିରର ନିର୍ମାଣ ୩ରୁ ସାଢ଼େ ୩ ବର୍ଷ ମଧ୍ୟରେ ଶେଷ ହେବ । ଏହି ବୈଠକରେ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ବାସ୍ତବରେ, ନୃପେନ୍ଦ୍ର ମିଶ୍ରଙ୍କ ସହ ବଡ଼ ଇଞ୍ଜିନିୟରମାନଙ୍କର ଏକ ଦଳ ଅଯୋଧ୍ୟାରେ ଅଛନ୍ତି ।

Ayodhya Row: PM Narendra Modi Will Take Final Decision on ...

ଯେଉଁମାନେ ମନ୍ଦିର ନିର୍ମାଣର ବିଶେଷତା ଦେଖିବେ। ରାମମନ୍ଦିର ମଡେଲର ପରିକଳ୍ପନା କରିଥିବା ଚନ୍ଦ୍ରକାନ୍ତ ସୋମପୁରାଙ୍କ ବ୍ୟତୀତ ତାଙ୍କ ପୁଅ ନିଖିଲ ସୋମପୁରା ମଧ୍ୟ ଅଯୋଧ୍ୟାରେ ଅଛନ୍ତି ।

Leave a Reply