ରାମଲଲାଙ୍କ ସେବା କରିବା ପାଇଁ ସୁବର୍ଣ୍ଣ ସୁଯୋଗ, ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୩୧

ଅଯୋଧ୍ୟା: ବହୁ ପ୍ରତୀକ୍ଷାର ଅନ୍ତ ଘଟିବ । ଜନ୍ମଭୂମିରେ ପ୍ରତିଷ୍ଠା ହେବେ ରାମ ଲଲା  । ଖୁବଶାଘ୍ର ଅଯୋଧ୍ୟା ରାମ ମନ୍ଦିର କାମ ସମ୍ପୂର୍ଣ୍ଣ ହେବ  । ଆସନ୍ତା ୨୨ ଜାନୁଆରୀ ୨୦୨୪ରେ ରାମ ମନ୍ଦିରର ଉଦଘାଟନ ହେବ  । ଜାନୁଆରୀ ୨୨ ମଧ୍ୟାହ୍ନ ୧୨ଟା ବେଳେ ମନ୍ଦିରର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି  ।

ଜାନୁଆରୀ ୧୭ରେ କଳସ ଯାତ୍ରାରୁ କାର୍ଯ୍ୟକ୍ରମ ଆରମ୍ଭ କରାଯିବ  । ଏହାପରେ ଗଣେଷ ବନ୍ଦନାରୁ ପୂଜା ଆରମ୍ଭ କରାଯିବ  । ଜାନୁଆରୀ ୨୨ରେ ରାମଲଲାଙ୍କ ଶ୍ରୀବିଗ୍ରହକୁ ସ୍ଥାପନା କରାଯିବ  । ମୃଗଶିରା ନକ୍ଷତ୍ର ଜାନୁଆରୀ ୨୨ ସୋମବାର ଅପରାହ୍ନ ୩ ଟା ୫୨ ରୁ ଜାନୁଆରୀ ୨୩ ମଙ୍ଗଳବାର ୪ଟା ୫୮ ଯାଏଁ ଶୁଭମୁହୂର୍ତ୍ତ ରହିଛି  । ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ଆପଣଙ୍କ ପାଇଁ ଆଣିଛି ସୁବର୍ଣ୍ଣ ସୁଯୋଗ  ।

ରାମଙ୍କ ସେବା କରିବା ପାଇଁ ସେବକ ହେବାକୁ ସୁଯୋଗ ଆଣିଛି ମନ୍ଦିର ଟ୍ରଷ୍ଟ  । ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୩୧ ରହିଛି  । ଆବେଦନକାରୀଙ୍କ ବୟସସୀମା ୨୦ ରୁ ୩୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ  । ମନ୍ଦିର ଟ୍ରଷ୍ଟ ପକ୍ଷରୁ ପରୀକ୍ଷା ଦେବେ ଆଶାୟୀ  । ଏହାପରେ ପାରମ୍ପରିକ ଭାବେ ଗୁରୁକୁଳ ଶିକ୍ଷା ଦିଆଯିବ  । ପରୀକ୍ଷା ପାସ କରିବା ପରେ ପୂଜାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ  । ଏହି ସମୟରେ ସେମାନଙ୍କୁ ମାସିକ ୨ ହଜାର ଟଙ୍କା ଛାତ୍ରବୃତ୍ତି ଦିଆଯିବ  ।