spot_img

Latest Posts

୧୬୦୦ ଫୁଟ ପାହାଡ଼ ଶୀର୍ଷରେ ଭବ୍ୟ ରାମ ମନ୍ଦିର

ନୟାଗଡ଼: ୧୬୦୦ ଫୁଟ ପାହାଡ଼ ଶୀର୍ଷରେ ଆଖି ଲାଖିଗଲା ପରି ଭବ୍ୟ ରାମ ମନ୍ଦିର। ପ୍ରାକୃତିକ ପରିବେଶରେ ସ୍ଥାପିତ ହୋଇଛି ଭବ୍ୟ ରାମ ମନ୍ଦିର। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ ସ୍ଥିତ ରାମ ମନ୍ଦିର ହୋଇଛି ଲୋକାର୍ପିତ। ଅଯୋଧ୍ୟାର ଭ୍ରମ ସୃଷ୍ଟି କରୁଛି ଏହି ମନ୍ଦିର। ପାହାଡ କାଟି ଏଠାରେ ମନ୍ଦିର ତିଆରି କରିଛନ୍ତି ଗ୍ରାମବାସୀ । ମନ୍ଦିରରେ ନିଖୁଣ କାରିଗରୀ କରୁଛି ଆକର୍ଷିତ।

ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗ ଏବଂ ଶ୍ରୀରାମ ସେବା ପରିଷଦର ସଭାପତି ବେଣୁଧର ପ୍ରଧାନଙ୍କ ଉଦ୍ୟମରେ ନିର୍ମାଣ ହୋଇଛି ମନ୍ଦିର। ଏହା ବଉଳମାଳା ପଥରରେ ନିର୍ମାଣ ହୋଇଥିବା ବେଳେ ଏହାର ଉଚ୍ଚତା ୬୫ଫୁଟ ରହିଛି। ୫ ବର୍ଷ ଧରି ଚାଲିଥିବା ଏହି ମନ୍ଦିରର ନିର୍ମାଣ କାର୍ଯ୍ୟରେ ଦେଢ଼ ଶହରୁ ଉର୍ଦ୍ଧ କାରିଗର ସାମିଲ ଥିଲେ। ରାଜ୍ୟ ତଥା ରାଜ୍ୟ ବାହାରର ୧୫୦ ଜଣ ବଛା ବଛା କାରିଗର ୫ ବର୍ଷ ଅକ୍ଲାନ୍ତ ପରିଶ୍ରମ କରି ଭବ୍ୟ ରାମ ମନ୍ଦିର ନିର୍ମାଣ କରିଛନ୍ତି। ଚତୁଃପାର୍ଶ୍ୱ ପାର୍ଶ୍ବ ଦେବାଦେବୀଙ୍କ ମୂର୍ତ୍ତି ସଭିଙ୍କୁ କରିବ ଆକର୍ଷିତ।

Latest Posts

Don't Miss