ମୋହନ ଭାଗବତଙ୍କ ଠାରୁ ଇକବାଲ ଅନସାରୀ ପର୍ଯ୍ୟନ୍ତ, ଇଏ ହେଉଛି ଭୁମିପୁଜନର ଅତିଥି ତାଲିକା…

1 min read

ନୂଆଦିଲ୍ଲୀ: ଆଜି ଅଯୋଧ୍ୟାରେ ରାମ ଜନ୍ମଭୂମି ମନ୍ଦିରର ଭୁମିପୁଜନ ହେଉଛି ।  ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ପହଞ୍ଚି ପୂଜାରେ ବସିଛନ୍ତି । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କରୋନା କାଳରେ କେଉଁ ବିଶିଷ୍ଟ ଅତିଥି ଅଯୋଧ୍ୟାକୁ ଆସିଛନ୍ତି ? ନିମନ୍ତ୍ରିତଙ୍କ ମଧ୍ୟରେ ଅଛନ୍ତି  ରାଷ୍ଟ୍ରିୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭାଗବତ । ସେ ହେଉଛନ୍ତି ଭୁମିପୁଜନ କାର୍ଯ୍ୟକ୍ରମର ବିଶେଷ ଅତିଥି ।

ବାବ୍ରି ମସଜିଦର ସମର୍ଥକ ଇକବାଲ ଅନସାରୀଙ୍କୁ ମଧ୍ୟ ରାମ ମନ୍ଦିରର ଭୁମି ପୂଜନ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇଛି। ବହୁ ସାଧୁମାନେ ମଧ୍ୟ ଭୁମିପୁଜନ କାର୍ଯ୍ୟକ୍ରମରେ ଯୋଗଦେବେ । ଯେଉଁଥିରେ ସ୍ୱାମୀ ରାମଦେବ, ଚିଦାନନ୍ଦ ମୁନି, ସାଧ୍ୱୀ ଋତମ୍ଭରା, ପୂଜ୍ୟ ପରମାନନ୍ଦ ଜୀ ମହାରାଜ, ରାଘବାଚାର୍ଯ୍ୟ, ମହାମାଣ୍ଡଲେଶ୍ୱର ଅଖିଲେଶାନନ୍ଦ, ଡକ୍ଟର ଶ୍ୟାମଦେବ ଦେବଚାର୍ଯ୍ୟ, ଜଗଦଗୁରୁ ରାମାନନ୍ଦଚାର୍ଯ୍ୟ ସମେତ ଅନେକ ସାଧୁସନ୍ଥ ଭୂମିପୂଜନ କାର୍ଯ୍ୟକ୍ରମରେ ସାମିଲ ହେବେ ।

ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମରେ ପାଖାପାଖି ୧୩୫ ସାଧୁ ଉପସ୍ଥିତ ରହିବେ । ଅଯୋଧ୍ୟାର କେତେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । କରୋନା ମହାମାରୀ ଯୋଗୁଁ କିଛି ଅତିଥି ଆସିପାରିବେ ନାହିଁ ବୋଲି କହିଛନ୍ତି । ଏଥି ସହିତ, ପ୍ରୟାଗରାଜଙ୍କ ଭାସୁଦେବାନନ୍ଦ ମହାରାଜ, ଯିଏ ଚର୍ତୁମାସ ନକ୍ଷତ୍ର ହେତୁ ତାଙ୍କ ସିଂହାସନ ଛାଡି ପାରିବେ ନାହିଁ । ଏହି କାର୍ଯ୍ୟକ୍ରମରେ ସେ ଭିଡିଓ କନଫରେନ୍ସିଂରେ ଯୋଗଦେବେ ।

ରାମ ମନ୍ଦିରର ଭୁମି ପୂଜନ ଏକ ସ୍ୱତନ୍ତ୍ର ମୁହୂର୍ତରେ ସମ୍ପନ୍ନ ହେବ । ଶୁଭ ମୁହୂର୍ତ୍ତରେ ଭୁମି ପୂଜନର କାର୍ଯ୍ୟ କରାଯିବ। ଭୁମି ପୂଜନ ପାଇଁ ସମଗ୍ର ରାମ ସହରକୁ ସଜାଯାଇଛି। ସମଗ୍ର ଅଯୋଧ୍ୟା ସହର ତ୍ରେତୟାଯୁଗ ଥିମ୍ ରେ ସଜାଯାଇଛି । ସମଗ୍ର ନଗରୀରେ ଖୁସିର ମାହୋଲ ରହିଛି । ରାମ ନଗରୀ ଉତ୍ସବମୁଖର ହୋଇଉଠିଛି । ଅଯୋଧ୍ୟରେ ଗତ କାଲିଠାରୁ ମଙ୍ଗଳ-କୀର୍ତ୍ତନ ଚାଲିଛି  ।

Leave a Reply