ରାମଲାଲାଙ୍କୁ ସଷ୍ଟାଙ୍ଗ ଦଣ୍ଡବତ କଲେ ମୋଦି, ଦେଖନ୍ତୁ ଭୂମିପୂଜାର ଐତିହାସିକ ଚିତ୍ର…

Modi At Ram Mandir Bhumi Pujan

ନୂଆଦିଲ୍ଲୀ: ଶୁଭ ମୁହୂର୍ତ୍ତରେ ହେଲା ରାମ ମନ୍ଦିରର ଶିଳାନ୍ୟାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳାନ୍ୟାସ କରିଛନ୍ତି । ସବୁ ବାଧା ବିଘ୍ନକୁ ଏଡେଇ ଦେଇ ଆଜି ସମ୍ପନ୍ନ ହୋଇଛି ଭୂମିପୂଜା । ସାରା ଦେଶରେ ତାର ପ୍ରତିଫଳନ ଦେଖା ଦେଇଛି । ଅଯୋଧ୍ୟା ସହ ସମଗ୍ର ଦେଶ ରାମମୟ ।

ଏହାକୁ ନେଇ ଚାଲିଥିବା ଅନେକ ଆଲୋଚନା ସମାଲୋଚନାର ଆଜି ଅନ୍ତ ହୋଇଛି । ଅଯୋଧ୍ୟାରେ ଭବ୍ୟ ସମାରୋହରେ ରାମ ମନ୍ଦିରର ଭୂମିପୂଜା ଓ ଶିଳାନ୍ୟାସ ସଂପନ୍ନ ହୋଇଛି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ବୈଦିକ ରୀତିନୀତିରେ ପ୍ରଧାନମନ୍ତ୍ରୀ ରାମମନ୍ଦିରର ନିର୍ମାଣ ଅନୁକୂଳ କରିଛନ୍ତି ।

ଏହାପୂର୍ବରୁ ହନୁମାନଗଡ଼ି ମନ୍ଦିରରେ ରାମଭକ୍ତ ହନୁମାନଙ୍କୁ ପୂଜାର୍ଚ୍ଚନା କରିଥିଲେ ମୋଦି । ପରେ ଭୂମି ପୂଜା ସ୍ଥଳରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ଭୂମି ପୂଜା ପାଇଁ ସଜେଇ ହୋଇଛି ଶ୍ରୀରାମ ନଗରୀ ।

ରାମମୟ ହୋଇଛି ପୂରା ଅଯୋଧ୍ୟା। ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହେଉଛି ରାମ ଜନ୍ମଭୂମି । ପ୍ରଧାନମନ୍ତ୍ରୀ ଭୂମି ପୂଜା କରୁଥିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଏହା ସହ ମୋଦି ହୋମ କରୁଥିବାର ମଧ୍ୟ ନଜର ଆସିଛନ୍ତି । ପ୍ରଧାନମନ୍ତ୍ରୀ ରାମଲାଲାଙ୍କୁ ସଷ୍ଟାଙ୍ଗ ପ୍ରଣାମ କରିଥିଲେ । ଏହି ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ହନୁମାନ ମନ୍ଦିରର ମୁଖ୍ୟ ପୁରୋହିତ ଶ୍ରୀ ଗଦ୍ଦିନଶୀନ ପ୍ରେମାଦାସ ମହାରାଜ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଗଡି, ରୂପା ମୁକୁଟ ଏବଂ ପାରମ୍ପାରିକ ଉତ୍ତରୀୟ ପିନ୍ଧାଇଥିଲେ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମାସ୍କ ଏବଂ ସାମାଜିକ ଦୂରତା ଉପରେ ମଧ୍ୟ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ହନୁମାନଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଦଣ୍ଡବତ କରିଥିଲେ ।

ହନୁମାନଗରୀ ପରିଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଭୁମି ପୂଜନରେ ପହଞ୍ଚିଥିଲେ । ରାମ ଲଲାଙ୍କ ଆଗରେ ସେ ସଷ୍ଟାଙ୍ଗ ପ୍ରଣାମ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ରାମ ମନ୍ଦିର ପରିସରରେ ପାରିଜାତର ଏକ ବୃକ୍ଷମଧ୍ୟ ଲଗାଇଥିଲେ । ପୂଜା ସମୟରେ ରାମଙ୍କର କୁଳଦେବୀ କାଳୀ ମାତାଙ୍କୁ ମଧ୍ୟ ପୂଜା କରାଯାଇଥିଲା।

Leave a Reply