spot_img

Latest Posts

ଭୁବନେଶ୍ୱର ଶ୍ରୀରାମ ମନ୍ଦିରରେ ନୂଆ ପୂଜକ ନିଯୁକ୍ତିକୁ ନେଇ ବିବାଦ

ଭୁବନେଶ୍ୱର: ଭୁବନେଶ୍ୱର ରାମମନ୍ଦିରରେ ଟ୍ରଷ୍ଟ ବୋର୍ଡ ଓ ପୂଜକ ବିବାଦ ନେଇ ବନ୍ଦ ହେଲା ପୂଜା ନୀତି। ଦୁଇ ଘଣ୍ଟା ପୂଜା ନୀତି ଓ ସନ୍ଧ୍ୟା ଆଳତୀ ବନ୍ଦ ପରେ ଶେଷରେ ରାତି ୭ଟା ୪୫ରେ ହେଲା ସନ୍ଧ୍ୟା ଆଳତି। ଟ୍ରଷ୍ଟ ବୋର୍ଡ ପୁରୁଣା ପୂଜକଙ୍କୁ ନଜଣାଇ ନୂତନ ପୂଜକ ନିଯୁକ୍ତ କରିବା ଓ ମନ୍ଦିର ଚାବିକୁ ପୁରୁଣା ପୂଜକଙ୍କୁ ନଦେବାରୁ ପ୍ରାୟ ଦୁଇ ଘଣ୍ଟା ପୂଜା ନୀତି ବନ୍ଦ କରିଥିଲେ ପୁରୁଣା ପୂଜକ। ଦୀର୍ଘ ବର୍ଷ ଧରି ମନ୍ଦିରରେ ପୂଜା କରି ଆସୁଥିବା ପୂଜକଙ୍କୁ ଟ୍ରଷ୍ଟ ବୋର୍ଡ ଅଣଦେଖା କରିବାରୁ ଏପରି ସ୍ଥିତି ଉପୁଜିଥିଲା। ସନ୍ଧ୍ୟାରେ ମୁଖ୍ୟ ମନ୍ଦିର ବନ୍ଦ ଥିବାରୁ ଭକ୍ତ ମାନେ ନିରାଶ ହୋଇ ଫେରିବା ସହ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ସମୟରେ ଟ୍ରଷ୍ଟ ବୋର୍ଡ ଓ ପୂଜକଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲା। ୪ଟି ଚାବିରୁ ୩ଟି ଚାବି ହସ୍ତାନ୍ତର କରିବା ପରେ ପୂଜା ନୀତି ଆରମ୍ଭ ହୋଇଥିଲା। ଯେତେ ବିବାଦ ଥିଲେ ମଧ୍ୟ ରାମ ମନ୍ଦିରରେ କେବେ ଏଭଳି ପୂଜା ବନ୍ଦ ହେବା ଦେଖିବାକୁ ମିଳି ନଥିଲା ବୋଲି ଭକ୍ତ କହିଛନ୍ତି । ଶେଷରେ ମନ୍ଦିର ପୂଜନୀତି ହୋଇଥିବାରୁ ଭକ୍ତଙ୍କ ମହଲରେ ଆନନ୍ଦ ଖେଳି ଯାଇଛି ଓ ସେପଟେ କିଛି ମାତ୍ରାରେ ଏହି ବିବାଦ ସମାଧାନ ହୋଇଛି । ଭକ୍ତଙ୍କ ଭାବାବେଗ ଦେଖି ପୂଜାନୀତି ଆରମ୍ଭ ହୋଇଛି ବୋଲି ପୂଜକ ସୂଚନା ଦେଇ କହିଛନ୍ତି ।

Latest Posts

Don't Miss