ରିଲିଜ ହେବ ହରର ଫିଲ୍ମ ‘12 O Clock ’

1 min read

ନୂଆଦିଲ୍ଲୀ: ଏକାଧିକ ତାମିଲ ଏବଂ ତେଲୁଗୁ ଭାଷାରେ ଫିଲ୍ମର ନିର୍ଦ୍ଦେଶନା ଦେଇ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରାମ ଗୋପାଲ ବର୍ମା । କେବଳ ନିର୍ଦ୍ଦେଶକ ନୁହଁନ୍ତି ବରଂ ଲେଖକ ଏବଂ ନିର୍ମାତା ମଧ୍ୟ । ଅପରାଧିକ ଫିଲ୍ମ ବ୍ୟତୀତ ହରର ଫିଲ୍ମ ନିର୍ମାଣ କରିବାରେ ସେ ଖୁବ ଜଣାଶୁଣା । ଲକଡାଉନ ପରେ ରାମ ଗୋପାଲ ବର୍ମା ତାଙ୍କ ଦର୍ଶକଙ୍କୁ ହରର ଫିଲ୍ମ ଉପହାର ଦେବାପାଇଁ ପ୍ରସ୍ତୁତ । ତାଙ୍କ ଆଗାମୀ ଫିଲ୍ମର ନାଁ ହେଉଛି ’12 ‘o’ Clock । ଏହି ଫିଲ୍ମ ଏକ ସାଇକୋଲୋଜିକାଲ ହରର ଥ୍ରିଲର ।

ତେବେ ସାଇକୋଲୋଜିକାଲ ସ୍ତରରେ ଯେତେବେଳେ କୌଣସି ଦୃଶ୍ୟ ଦେଖିବାକୁ ମିଳେ ଏବଂ ଦର୍ଶକଙ୍କ କଳ୍ପନା ସତ ହୋଇଯାଏ, ତାହା ସେମାନଙ୍କର ମନୋରଞ୍ଜନ କରେ, ବୋଲି କହିଛନ୍ତି ରାମ ଗୋପାଲ ଶର୍ମା । ତେବେ ଅନ୍ୟ ସିନେମା ବ୍ୟତୀତ ରାମ ଗୋପାଲ ବର୍ମା ହରର ସିନେମା ନିର୍ମାଣ କରିବାକୁ ବେଶ୍‌ପସନ୍ଦ କରନ୍ତି ।

ଫିଲ୍ମରେ ନୂଆ ଟେକନିକ ବ୍ୟବହାର ହୋଇଥିବାର ଦେଖିବାକୁ ମିଳିବ । ତେବେ ଏହି ଟେକନିକ୍‌ମାଧ୍ୟମରେ ଦର୍ଶକଙ୍କୁ ଡରାଇବା ପାଇଁ ପ୍ରସ୍ତୁତ ହୋଇ ସାରିଲେଣି ରାମ ଗୋପାଲ । କେବଳ ସେତିକି ନୁହେଁ ବାହୁବଳୀର ସଙ୍ଗୀତ ନିର୍ଦ୍ଦେଶନା ଭାର ତୁଲାଇଥିବା ଏମ୍‌.ଏମ୍‌.କିରାବନୀ ପ୍ରଥମ ଥର ହରର ଫିଲ୍ମରେ ମ୍ୟୁଜିକ୍‌ଦେଇଛନ୍ତି ।

ଫିଲ୍ମରେ ମିଥୁନ ଚକ୍ରବର୍ତ୍ତୀ,ମକରନ୍ଦ ଦିଶାପାଣ୍ଡେ,ଦିବ୍ୟା ଜଗଦଲେ, ମାନବ କୌଲ,ଅଲି ଅଜଗର,ଆଶିଷ ବିଦ୍ୟାର୍ଥୀ ଓ ଦଲିପ ତାହିଲ ଆଦି ମୁଖ୍ୟ ଚରିତ୍ରରେ ନଜର ଆସିବେ । ଫିଲ୍ମ ୮ ଜାନୁୟାରୀ ୨୦୨୧କୁ ସିନେମାଘରେ ରିଲିଜ ହେବାକୁ ଯାଉଛି ।

Leave a Reply