‘ମୁଁ କେବେ ଡ୍ରଗ୍ସ ନେଇ ନାହିଁ, ପେଡଲରଙ୍କ ସହ ମଧ୍ୟ ମୋର କନେକସନ ନାହିଁ’- ରକୁଲ ପ୍ରୀତ ସିଂହ

ମୁମ୍ବାଇ: ଡ୍ରଗ୍ସ କନେକସନକୁ ନେଇ ଏନସିବି ରକୁଲପ୍ରୀତଙ୍କୁ ପଚରାଉଚରା କରୁଛି । ତେବେ ପଚରାଉଚରା ବେଳେ ରକୁଲପ୍ରୀତ ରିୟାଙ୍କ ମୁଣ୍ଡରେ ଅଠା ବୋଳି ଦେବା ଭଳି ସୂଚନା ମିଳୁଛି । ସୂଚନା ମୁତାବକ, ଏନସିବି ସାମ୍ନାରେ ରକୁଲ ଡ୍ରଗ୍ସ ନେବା କଥାକୁ ଖଣ୍ଡନ କରିଛନ୍ତି । ଡ୍ରଗ୍ସ ପେଡଲର ମାନଙ୍କ ସହିତ କନେକସନ ଥିବା କଥାକୁ ମଧ୍ୟ ରକୁଲ ଖଣ୍ଡନ କରିଛନ୍ତି । କିନ୍ତୁ ଏନସିବି ତାଙ୍କ କଥାକୁ ବିଶ୍ୱାସ କରିନଥିବା ସୂଚନା ରହିଛି ।

ରିୟାଙ୍କ ସହ ହୋଇଥିବା ଡ୍ରଗ୍ସ ଚାଟ୍ କଥା ମାନିଲେ ରକୁଲ

୨୦୧୮ ମସିହାରେ ଡ୍ରଗ୍ସକୁ ନେଇ ରିୟା ସହିତ ହୋଇଥିବା ଚାଟକୁ ସ୍ୱୀକାର କରିଛନ୍ତି ରକୁଲ । ରକୁଲ ଏନସିବିକୁ କହିଛନ୍ତି ଯେ, ଚାଟରେ ରିୟା ତାଙ୍କ ନିଜ ଜିନିଷ ( ଗଞ୍ଜେଇ) ମଗାଉଥିଲେ । ରିୟାଙ୍କ ଜିନିଷ ରକୁଲଙ୍କ ଘରେ ଥିଲା । ଅବଶ୍ୟ ରକୁଲଙ୍କ କଥାରେ କେତେ ସତ୍ୟତା ରହିଛି, ଏହାର ତଦନ୍ତ ବର୍ତ୍ତମାନ ଏନସିବିର ଟିମ୍ କରିବ ।

ପୂର୍ବ ସୂଚନା ଅନୁଯାୟୀ ଏନସିବିର ପଚରାଉଚରା ପରେ ରିୟ ଚକ୍ରବର୍ତ୍ତୀ ରକୁଲପ୍ରୀତଙ୍କ ନାମ ନେଇଥିଲେ । ସେ କହିଥିଲେ ଯେ, ରକୁଲ ଡ୍ରଗ୍ସ ନିଆନ୍ତି । ରକୁଲ ଏବଂ ରିୟା ଭଲ ସାଙ୍ଗ ଥିଲେ । କିନ୍ତୁ ବର୍ତ୍ତମାନ ଦୁହିଁଙ୍କ ମଧ୍ୟରେ ବ୍ଲେମ ଗେମ୍ ଚାଲିଥିବା ସଫା ସଫା ଦେଖିବାକୁ ମିଳୁଛି । ରିୟା ଡ୍ରଗ୍ସ ମାମଲାରେ ମୁମ୍ବାଇର ଭାୟଖଲା ଜେଲରେ ଅଛନ୍ତି  । କୋର୍ଟ ତରଫରୁ ତାଙ୍କୁ ଜାମିନ ମିଳିପାରିନାହିଁ ।

ରକୁଲପ୍ରୀତ ସିଂହ ଗୁରୁବାର ହାଇଦ୍ରାବାଦରେ ନିଜ ଫିଲ୍ମର ସୁଟିଂ ଛାଡ଼ି ମୁମ୍ବାଇ ଆସିଥିଲେ । ରକୁଲ ଅନେକ ହିନ୍ଦି ଏବଂ ସାଉଥ ଫିଲ୍ମରେ କାମ କରିସାରିଛନ୍ତି । ରକୁଲଙ୍କ ପରେ ଶନିବାର ଏନସିବି ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁରଙ୍କୁ ପଚରାଉଚରା କରିବ ।

Leave a Reply