ପାକିସ୍ତାନକୁ ରାକ୍ଷୀ ସାୱନ୍ତଙ୍କ ଚ୍ୟାଲେଞ୍ଜ
1 min read
ନନ୍ଦିଘୋଷ ବ୍ୟୁରୋ: ଏଣ୍ଟରଟେନମେଣ୍ଟ କୁଇନ୍ ରାକ୍ଷୀ ସାୱନ୍ତ ତାଙ୍କ ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସନ୍ତି । ରାକ୍ଷୀ ବର୍ତ୍ତମାନ କୌଣସି ଟିଭି ବା ଷ୍ଟେଜ୍ ସୋ କରୁନାହାନ୍ତି । କିନ୍ତୁ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ପୂର୍ବରୁ ରାକ୍ଷୀ ପାକିସ୍ତାନର ବୋହୂ ବନିବା ନେଇ ଚର୍ଚ୍ଚାରେ ଜୋର ଧରିଥିଲା। ଏମିତିକି ପାକିସ୍ତାନରୁ ରାକ୍ଷୀଙ୍କ ପାଇଁ ବାହାଘର ପ୍ରସ୍ତାବ ମଧ୍ୟ ଆସିଥିଲା। ଏହି ଘଟଣା ଶାନ୍ତ ପଡିଯାଇଥିବା ବେଳେ, ବର୍ତ୍ତମାନ ରାକ୍ଷୀ ପାକିସ୍ତାନକୁ ଚ୍ୟାଲେଞ୍ଜ୍ ଦେଇଛନ୍ତି ।
ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ ଚାଲିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ୬ ୱିକେଟରେ ପରାସ୍ତ କରିଥିଲା ଭାରତ। ଫେବୃଆରୀ ୨୩ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ। ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ରାକ୍ଷୀ ସାୱନ୍ତ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ରାକ୍ଷୀ ଭାରତକୁ ସମର୍ଥନ କରୁଥିବାର ନଜର ଆସିଛନ୍ତି ।
ଭିଡିଓରେ ଦେଖିବାକୁ ମିଳିଛି ଯେ, ରିତେଶଙ୍କ ସହ ଅନ୍ୟ ଲୋକଙ୍କ ମାନେ ପାକିସ୍ତାନକୁ ସମର୍ଥନ କରୁଥିବାର ନଜର ଆସିଛନ୍ତି। ସେଠାରେ ରାକ୍ଷୀ ଭାରତ ସପକ୍ଷରେ ବାହାରି କହିଛନ୍ତି ଯେ, ପାକିସ୍ତାନ ଆଗ ରନ୍ ତ କରୁ, ଆମେ ୱେକେଟ୍ ନେଇଯିବୁ। ବିରାଟ କୋହିଲଙ୍କୁ ଅନୁରୋଧ କରି ରାକ୍ଷୀ କହିଛନ୍ତି ଯେ, ଏଇଟା ଇଜ୍ଜତର କଥା, ଏମାନେ ଏବେ ହସୁଛନ୍ତି ପରେ ଯେମିତି କାନ୍ଦିବେ।
ରାକ୍ଷୀ ସାୱନ୍ତ ବର୍ତ୍ତମାନ ଦୁବାଇରେ ରହୁଛନ୍ତି । ସେଠାରେ ସେ ଭାରତକୁ ସମର୍ଥନ କରୁଥିବାର ନଜର ଆସିଛନ୍ତି । ଏହାସହ ରାକ୍ଷୀଙ୍କ ସହ ତାଙ୍କର ପ୍ରଥମ ସ୍ୱାମୀ ରିତେସ ମଧ୍ୟ ନଜର ଆସିଛନ୍ତି ।