ରାକେଶ ଟିକାୟତଙ୍କ ଫଟୋରେ ନିର୍ବାଚନୀ ବୈତରଣୀ ପାର ହେବା ଲକ୍ଷ୍ୟରେ ଅଖିଳେଶ

1 min read

ଲକ୍ଷ୍ନୌ: ସରିଛି ଐତିହାସିକ କୃଷକ ଆନ୍ଦୋଳନ । ଶୂନଶାନ ଦିଲ୍ଲୀ ସୀମା । ହେଲେ ଉତ୍ତରପ୍ରଦେଶ ରାଜନୀତିରେ ଏବେ ବି ରାକେଶ ଟିକାୟତଙ୍କ ଦବଦବା ଆଗାମୀ ବିଧାନସଭା ନିର୍ବାଚନ ବୈତରଣୀ ପାର ହେବାକୁ ଅଖିଳେଶ ଯାଦବଙ୍କୁ ଟିକାୟତ ଭରସା । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପୋଷ୍ଟରରେ ସ୍ଥାନ ପାଇଛନ୍ତି ସଂଯୁକ୍ତ କିଷାନ ମୋର୍ଚ୍ଚା ନେତା ରାକେଶ ଟିକାଏତ ।

ଅଖିଳେଶ ଓ ରାକେଶଙ୍କ ଫଟୋ ଥିବା ଅନେକ ପୋଷ୍ଟର ମିରଠ ରାଜରାସ୍ତାରେ ଲଗାଯାଇଛି । ଏଥିରେ ଲେଖାଯାଇଛି ହାର୍ ଗୟା ଅଭିମାନ, ଜିତ୍ ଗୟା କିଷାନ । ମିଶନ-2022 ଲେଖାଯାଇଥିବା ଏହି ପୋଷ୍ଟରରେ ଆରଏଲଡି ନେତା ଜୟନ୍ତ ଚୌଧୁରୀ ବି ସ୍ଥାନ ପାଇଛନ୍ତି ।

ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ପରେ ବିଜୟ ଉତ୍ସବ ପାଳନ କରିଥିବା ମୋର୍ଚ୍ଚାର ନେତାଙ୍କ ଫଟୋ ରାଜନୈତିକ ସ୍ତରରେ ବ୍ୟବହାରକୁ ନେଇ ଉଠିଛି ପ୍ରଶ୍ନ । ସେପଟେ କିଷାନ ମୋର୍ଚ୍ଚା କହିଛି ଏହି ପୋଷ୍ଟର ସହ ସଂଗଠନର କିଛି ନେଣଦେଣ ନାହିଁ । ରାକେଶଙ୍କ ମିରଠରେ ଏକ କାର୍ଯ୍ୟକ୍ରମ ରହିଛି । ସେଠାକୁ ସେ ଯିବା ପୂର୍ବରୁ ପୋଷ୍ଟରରେ ତାଙ୍କ ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Leave a Reply