ଲୁହର ପ୍ରଭାବ ଦେଖିଲେ, ଏବେ ଆହୁରି ମଜବୁତ୍ ହେବ ଆନ୍ଦୋଳନ: ରାକେଶ ଟିକାୟତ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନି ନୂଆ କୃଷି ଆଇନ ବିରୋଧରେ ଗାଜିପୁର ବର୍ଡରରେ କୃଷକ ଜମା ହେବାରେ ଲାଗିଛନ୍ତି । ଗୋଟିଏ ସମୟରେ ଆନ୍ଦୋଳନ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ଆଶଙ୍କା କରାଯାଉଥିବା ବେଳେ ଏବେ ଆନ୍ଦୋଳନ ପୁଣି ସଶକ୍ତ ହୋଇଛି । ଧାରଣାସ୍ଥଳରେ କୃଷକଙ୍କ ସହିତ ରାଜେନୖତିକ ଦଳର ନେତା ମଧ୍ୟ ଶୁକ୍ରବାର ପହଞ୍ଚିବା ଆରମ୍ଭ କରିଦେଇଛନ୍ତି ।

            ଧାରଣାକୁ କୃଷକଙ୍କ ଫେରିବା ଏବଂ ରାଜନୈତିକ  ଦଳର ନେତାଙ୍କ ପହଞ୍ଚିବା ପରେ ଭାରତୀୟ କୃଷକ ୟୁନିୟନ୍ ନେତା ରାକେଶ ଟିକାୟତ୍ ସ୍ପଷ୍ଟ ଭାବେ ନିଜ ରାୟ ରଖିଛନ୍ତି ଯେ, ପ୍ରେସ କନ୍‌ଫରେନ୍ସରେ ଭାବୁକ ହେବା ପରେ ଆନ୍ଦୋଳନ ମଜବୁତ୍ ହୋଇଛି । ଆଖିରୁ ଲୁହ ବହିବାର ପ୍ରଭାବ ଆପଣମାନେ ଦେଖିଲେ, ଏବେ ଆନ୍ଦୋଳନ ଆହୁରି ମଜବୁତ୍ ହେବ ।

ଧାରଣାସ୍ଥଳକୁ ଲଗାତାର ଆମ୍ ଆଦମୀ ପାର୍ଟିର ମନୀଷ ସିସୋଦିଆ, ଜୟନ୍ତ ଚୌଧୁରୀ ଏବଂ ଅନ୍ୟ ରାଜେନୖତିକ ଦଳର ନେତାଙ୍କ ଆଗମନକୁ ନେଇ ଚାଷୀ ନେତା ଟିକାୟତ କଟାକ୍ଷ କରିଛନ୍ତି । କହିଛନ୍ତି କାହାକୁ ମଧ୍ୟ ମଞ୍ଚରେ କୌଣସି ସ୍ଥାନ ଦିଆଯିବନାହିଁ । ଏଠାରେ କ’ଣ କାହାକୁ ଭୋଟ ଦେବାକୁ ଅପିଲ୍ କରାଯାଉଛି ।

ଜେଲ୍ ବି ଯିବୁ, ଆନ୍ଦୋଳନ ମଧ୍ୟ ଚାଲିବ

ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଟିକାୟତ ଆହୁରି କହିଛନ୍ତି  ଯେ, ଯଦି ଆନ୍ଦୋଳନ ମୁଁ ଚଲାଇବି ତେବେ ଅନ୍ୟ କାହା ନାଁରେ କିଭଳି ମାମଲା ରୁଜୁ ହେବ । ଜେଲ୍ ବି ଯିବୁ ଏବଂ ଆନ୍ଦୋଳନ ମଧ୍ୟ ଜାରି ରହିବ । ଆନ୍ଦୋଳନ ମୁଁ ଚଲାଉନି ବରଂ କୃଷକ ଚଳାଉଛନ୍ତି ଏବଂ ଏହା ଜାରି ରହିବ ।

Leave a Reply