ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ଚାଷୀ ନେତା ରାକେଶ ଟିକାୟତ

ଭୁବନେଶ୍ୱର: ଦିଲ୍ଲୀରୁ ଓଡ଼ିଶା ଭାୟା ବେଙ୍ଗାଲ । ପଶ୍ଚିମବଙ୍ଗରେ ବିଜେପି ବିରୋଧରେ ପ୍ରଚାର ପରେ ଏବେ ଓଡ଼ିଶା ଆସି ପହଞ୍ଚିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଆଜି ଭୁବନେଶ୍ୱର ବିମାନବନ୍ଦରେ ରାକେଶ ଟିକାୟତ ପହଞ୍ଚିଥିବା ବେଳେ ତାଙ୍କୁ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଛି । ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ ଭଳି ଚାଷୀ ବହୁଳ ରାଜ୍ୟ ସହ ନିର୍ବାଚନ ହେଉଥିବା ପଶ୍ଚିମବଙ୍ଗ ପରେ ଏବେ ଓଡ଼ିଶାରେ ହେବ ଚାଷୀଙ୍କ ମହାପଞ୍ଚାୟତ । କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଆସନ୍ତାକାଲି ମହାପଞ୍ଚାୟତର ଆୟୋଜନ କରିଛି ନବ ନିର୍ମାଣ କୃଷକ ସଂଗଠନ ।

ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟ ସୁଙ୍ଗୁଡ଼ା ଖେଳ ପଡ଼ିଆରେ କୃଷକଙ୍କ ମହାପଞ୍ଚାୟତରେ ଯୋଗଦେବେ  । ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନକୁ ୧୦୦ ଦିନରୁ ଅଧିକ ଦିନ ବିତି ଯାଇଥିଲେ ସୁଦ୍ଧା କୈାଣସି ସମାଧାନର ବାଟ ବାହାରିନି । କେନ୍ଦ୍ର କୃଷି ବିଲ୍ ପ୍ରତ୍ୟାହାର ଜରୁରୀ ବୋଲି କହିଛି ନବ ନିର୍ମାଣ କୃଷକ ସଙ୍ଗଠନ । ଶୁକ୍ରବାର ହେବାକୁ ଥିବା ମହାପଞ୍ଚାୟତରେ କୃଷକ ନେତା ରାକେଶ ଟିକାୟତଙ୍କ ସମେତ ବହୁ ଚାଷୀ ନେତା ସାମିଲ ହେବେ ।

Leave a Reply