spot_img

Latest Posts

ରାଜ୍ୟସଭାରେ ସମ୍ବିଧାନ ବିତର୍କ : ନିର୍ମଳା-ଖଡଗେ ମୁହାଁମୁହିଁ ; ଅର୍ଥମନ୍ତ୍ରୀଙ୍କ ଅଭିଯୋଗରେ ବର୍ଷିଲେ ମଲ୍ଲିକାର୍ଜୁନ

ନୂଆଦିଲ୍ଲୀ : ରାଜ୍ୟସଭାରେ ସମ୍ବିଧାନ ବିତର୍କ। ମୁହାଁମୁହିଁ  ହେଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ରାଜ୍ୟସଭାରେ ଆଜି ସରକାରଙ୍କ ପକ୍ଷରୁ ବକ୍ତବ୍ୟ ରଖିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କଂଗ୍ରେସକୁ ଟାର୍ଗେଟ କରି କହିଥିଲେ, ନେହରୁ ସମ୍ବିଧାନର ସଂଶୋଧନ ନିଜ ସ୍ଵାର୍ଥ ପାଇଁ କରିଥିଲେ। କଂଗ୍ରେସ ପାର୍ଟି ପରିବାରବାଦ ଏବଂ ବଂଶବାଦକୁ ସହାୟତା କରିବାକୁ ସମ୍ବିଧାନର ସଂଶୋଧନ କରିଚାଲିଥିଲା। ଶାସନରେ ବସିଥିବା ଲୋକଙ୍କ ସୁରକ୍ଷା ଲାଗି କଂଗ୍ରେସ ସମ୍ବିଧାନ ସଂଶୋଧନ କରିଥିଲା।

ଏହାର ଜବାବ ରଖିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। କହିଥିଲେ ଯେଉଁମାନେ ସମ୍ବିଧାନକୁ ଘୃଣା କରୁଥିଲେ ଆଜି ସେମାନେ ସମ୍ବିଧାନର ଶିକ୍ଷା ଦେଉଛନ୍ତି। ଯେଉଁ ଦିନ ସମ୍ବିଧାନ ପ୍ରଣୟନ ହୋଇଥିଲା ସେହିଦିନ ଦିଲ୍ଲୀର ରାମଲୀଳା ମୈଦାନରେ ଅମ୍ବେଦକର, ଜବାହରଲାଲ ନେହରୁ ଏବଂ ମହାତ୍ମା ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହା ମନୁ ସ୍ମୃତି ଉପରେ ଆଧାରିତ ନଥିବାରୁ ଲଗାତାର ଏହାର ବିରୋଧ ହୋଇ ଆସୁଥିଲା। ସମ୍ବିଧାନ ପ୍ରସଙ୍ଗରେ ଲୋକସଭାରେ ରଖିଥିବା ସରକାରଙ୍କ ଭାଷଣକୁ ନେଇ ସମାଲୋଚନା କରିଥିଲେ ମଲ୍ଲିକାର୍ଜୁନ ଖଡ଼ଗେ।

ବିଜେପି ନେତୃତ୍ଵାଧୀନ ସରକାରକୁ ମିଛୁଆ କହିବା ସହ ୧୫ ଲକ୍ଷ ଟଙ୍କା ଫେରାଇବା ପ୍ରତିଶୃତି କୁଆଡେ ଗଲା ବୋଲି କହିଥିଲେ ଖଡ଼ଗେ। ସରକାରୀ ଦଳ ପାଖରେ ଥିବା ୱାସିଂ ମେସିନ ଦେଇ ଆମ ଦଳରୁ ଅନେକ ନେତା ଗଲେ। ଆମ ସହ ଜୀବନସାରା ରହି ଏବେ ଆମକୁ ଶୁଣାଇବାକୁ ଆସିଛନ୍ତି ବୋଲି କହିଛନ୍ତି ଖଡ଼ଗେ। ୧୧ ବର୍ଷ ଧରି କ୍ଷମତାରେ ରହି ସଂସଦକୁ ସଶକ୍ତ କରିବା ପାଇଁ କି ପଦକ୍ଷେପ ନେଇଛ କହି ସରକାରକୁ ଟାର୍ଗେଟ କରିଛନ୍ତି ଖଡ଼ଗେ। କେନ୍ଦ୍ର ସରକାର କେବଳ ଜୁମଲାବାଜିରେ ମାତିଛନ୍ତି। ମିଛ କଥା କହି ଦେଶକୁ ବିଭ୍ରାନ୍ତ କରୁଛନ୍ତି। ଗୋଟିଏ ମିଛକୁ ଶହେ ଥର କହି କହି ତାକୁ ସତ୍ଯରେ ପରିଣତ କରିବାକୁ ଚେଷ୍ଟା କରୁଛନ୍ତି । ସମ୍ବିଧାନ ପ୍ରଣୟନର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟସଭାରେ ଚାଲିଛି ଆଲୋଚନା। ସମ୍ବିଧାନ ଉପରେ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ଚାଲିବ ଏହି ଆଲୋଚନା।

Latest Posts

Don't Miss