spot_img

Latest Posts

ଭିନେଶ ଫୋଗଟଙ୍କ ଅଯୋଗ୍ୟ ଘୋଷଣା ପ୍ରସଙ୍ଗ : ରାଜ୍ୟସଭାରେ ବିଜେଡିର କକ୍ଷତ୍ୟାଗ

ନୂଆଦିଲ୍ଲୀ : ରାଜ୍ୟସଭାରେ ଉଠିଲା ରେସଲର ଭିନେଶ ଫୋଗଟଙ୍କ ଅଯୋଗ୍ୟ ଘୋଷଣା ପ୍ରସଙ୍ଗ। ଏହାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି। ଭିନେଶ ଫୋଗଟଙ୍କୁ ଫାଇନାଲରେ ଡିସକ୍ଵାଲିଫାଏ ପ୍ରସଙ୍ଗରେ ରାଜ୍ୟସଭାରେ ୱାକଆଉଟ କରିଛି ବିଜେଡି। ବିଜେଡି ସହିତ ସମସ୍ତ ବିରୋଧୀ ଦଳର ସସଦସ୍ୟ ଗୃହରେ ୱାକଆଉଟ କରିଛନ୍ତି। ପ୍ଯାରିସ ଅଲିମ୍ପିକ୍ସରେ ରେସଲର ଭିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷଣା ପରେ ଏହାକୁ ନେଇ ସଂସଦରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ସେପଟେ ରେସଲିଂରୁ ସନ୍ନ୍ଯାସ ନେଲେ ରେସଲର ଭିନେଶ ଫୋଗଟ। ପ୍ଯାରିସ ଅଲିମ୍ପିକ୍ସରେ ନିଶ୍ଚିତ ପଦକରୁ ବଞ୍ଚିତ ହେବା ପରେ ଏହି କଠୋର ନିଷ୍ପତ୍ତି ନେଇଛନ୍ତି ଭିନେଶ। ଏହା ସହ ତାଙ୍କର ଦୀର୍ଘ ୨୩ ବର୍ଷର କ୍ଯାରିୟରର ଅନ୍ତ ଘଟିଛି। ୫୦ କେଜି ମହିଳା ରେସଲିଂ ଲାଗି ତାଙ୍କୁ ଶେଷ ମୁହୂର୍ତ୍ତରେ ଅଯୋଗ୍ଯ ଘୋଷଣା ପରେ ଭିନେଶ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଘୋଷଣା କରିବା ପରେ ସେ ମାଙ୍କ ଉଦ୍ଦେଶ୍ଯରେ କହିଛନ୍ତି- ସେ ହାରିଗଲେ। ତାଙ୍କୁ କ୍ଷମା ଦିଅନ୍ତୁ। ମାଙ୍କର ସ୍ବପ୍ନ ଭାଙ୍ଗିଗଲା। ମୋ ନିକଟରେ ଅଧିକ ଶକ୍ତି ନାହିଁ। ସେମିଫାଇନାଲରେ ଆଶ୍ଚର୍ଯ୍ୟଜନକ ସଫଳତା ଲାଭ କରିଥିବା ଭିନେଶଙ୍କୁ ଅଯୋଗ୍ଯ ଘୋଷଣାକୁ ନେଇ ସାରା ଦେଶରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

Latest Posts

Don't Miss