’ହୋ’ ’ମୁଣ୍ଡାରୀ’ ଓ ’ଭୂମିଜ୍’କୁ ସମ୍ବିଧାନରେ ଅନ୍ତର୍ଭୁକ୍ତ କରିବା ପାଇଁ ସସ୍ମିତଙ୍କ ଦାବି

ନୂଆଦିଲ୍ଲୀ: ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ’ହୋ’, ’ମୁଣ୍ଡାରୀ’ ଓ ’ଭୂମିଜ୍’ ଭାଷାକୁ ଅନ୍ତର୍ଭୁକ୍ତ କରିବା ପାଇଁ ସଂସଦରେ ଉଠିଛି ସ୍ବର । ବିଜେଡ଼ି ସାଂସଦ ଡ଼ ସସ୍ମିତ ପାତ୍ର ସ୍ବତନ୍ତ୍ର ଧାନ ଆକର୍ଷଣକାରୀ ନୋଟିସ ଜରିଆରେ ରାଜ୍ୟସଭାରେ ଏହି ଦାବି କରିଛନ୍ତି । ଓଡ଼ିଆ ଭାଷାରେ ସସ୍ମିତ ଏହି ପ୍ରସଙ୍ଗ ଗୃହରେ ଉଠାଇଛନ୍ତି । ଓଡ଼ିଶାର ଲକ୍ଷ ଲକ୍ଷ ଆଦିବାସୀ ଭାଇ ଭଉଣୀଙ୍କ ହୃଦୟର ଭାଷା ହେଉଛି ହୋ, ମୁଣ୍ଡାରୀ ଏବଂ ଭୂମିଜ୍ ଭାଷା ।

ପୂବର୍ରୁ `ସାନ୍ତାଳୀ’ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରାଯାଇଛି । ସଂସଦ ଅଧିବେଶନ ପୂର୍ବରୁ ବିଜେଡ଼ି ସଂସଦୀୟ ବୈଠକରେ ରାଜ୍ୟର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଦଳୀୟ ସାଯସଦମାନଙ୍କୁ ପରାମର୍ଶ ଦେଇଥିଲେ । ହୋ, ମୁଣ୍ଡାରୀ ଏବଂ ଭୂମିଜ୍ ଭାଷାକୁ ସମ୍ବିଧାନରେ ସାମିଲ କରିବାକୁ ବିଜେଡ଼ି ଦୀର୍ଘ ଦିନ ହେଲା ଦାବି କରିଆସୁଛି ।