ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କରୋନା ଆକ୍ରାନ୍ତ

1 min read
Prasanna Acharya

ଭୁବନେଶ୍ୱର: ପୁଣି ଜଣେ ବିଜେଡି ନେତା କରୋନା ଆକ୍ରାନ୍ତ । ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ପାଇବା ପରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ନବୀନ ପଟ୍ଟନାୟକ ନିଜ ଟ୍ୱିଟ୍‌ ହ୍ୟାଣ୍ଡଲରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଶ୍ରୀ ଆଚାର୍ଯ୍ୟ କରୋନା ସଂକ୍ରମିତ ଥିବା ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ପଜିଟିଭ୍‌ ଚିହ୍ନଟ ହେବା ପରେ ବରଗଡ଼ର ବିକାଶ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ପରିବାର ଲୋକଙ୍କ କହିବାନୁଯାୟୀ ସେ ବୁଧବାର ଦିଲ୍ଲୀରୁ ଭୁବନେଶ୍ୱର ଫେରିଥିଲେ । ଭୁବନେଶ୍ୱରରୁ ବରଗଡ଼ ଫାରିବା ପରେ ସେ ଆଂଶିକ ଜ୍ୱରରେ ପୀଡ଼ିତ ଥିଲେ । ଏହା ପରେ ତାଙ୍କର RT-PCR ଟେଷ୍ଟ କରାଯାଇଥିଲା । ସେଥିରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ ।

ତେବେ ଏହା ପୂର୍ବରୁ ଅନେକ ବିଜେଡି ନେତା କରୋନା ସଂକ୍ରମିତ ହୋଇଥିବା ସୂଚନା ରହିଛି । କେବଳ ବିଜେଡି ନୁହେଁ ରାଜ୍ୟ ବିଜେପି ବିଧାୟକମାନେ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟ କିଛି ଜଣ ସୁସ୍ଥ ହୋଇସାରିଥିବା ବେଳେ ଏବେ ବି କିଛି ନେତା ହୋମ୍‌ ଆଇସୋଲେସନ୍‌ରେ ରହିଛନ୍ତି ଏବଂ ଚିକିତ୍ସିତ ହେଉଛନ୍ତି ।

Leave a Reply