୭ ରାଜ୍ୟର ୧୮ ରାଜ୍ୟସଭା ଆସନ ପାଇଁ ଆସନ୍ତା ୧୯ରେ ଭୋଟିଂ

1 min read

ନୂଆଦିଲ୍ଲୀ: ଖାଲି ପଡ଼ିଥିବା ରାଜ୍ୟସଭାର ୧୮ ସଦସ୍ୟ ପଦ ପାଇଁ ନିର୍ବାଚନ ହେବ । ଏନେଇ ଆଜି ଭାରତୀୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଆସନ୍ତା ୧୯ ତାରିଖରେ ଭୋଟିଂ ହେବ । ୭ ରାଜ୍ୟ ଆନ୍ଧ୍ରପ୍ରଦେଶ, ଗୁଜରାଟ, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ, ମଣିପୁର, ମେଘାଳୟ ଓ ରାଜସ୍ଥାନର ୧୮ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ । ସେହିଦିନ ହିଁ ଭୋଟ୍ ଗଣତି ପରେ ଫଳାଫଳ ପ୍ରକାଶ ପାଇବ ।

ଖାଲି ପଡ଼ିଥିବା ପଦ ପାଇଁ ମାର୍ଚ୍ଚ ୨୬ରେ ନିର୍ବାଚନ ଅନୁଷ୍ଠିତ ହୋଇଥାନ୍ତା । କରୋନା ଲକଡାଉନ୍ ପାଇଁ ସ୍ଥଗିତ ରହିଥିଲା । ୧୯ ତାରିଖରେ ଆନ୍ଧ୍ର ପ୍ରଦେଶ ଓ ଗୁଜରାଟର ୪ଟି ଲେଖାଏଁ ଆସନ ସମେତ ମଧ୍ୟପ୍ରଦେଶ ଓ ରାଜସ୍ଥାନର ୩ଟି ଲେଖାଏଁ ଆସନ, ଝାଡ଼ଖଣ୍ଡର ୨, ମଣିପୁର ଓ ମେଘାଳୟର ଗୋଟିଏ ଲେଖାଏଁ ଆସନ ପାଇଁ ଭୋଟିଂ ହେବ ।

ନିର୍ବାଚନ ପାଇଁ ପ୍ରତି ରାଜ୍ୟର ମୁଖ୍ୟ ଶାସନ ସଚିବ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରିବେ । ଅଧିକାରୀ ଜଣଙ୍କ କୋଭିଡ୍-୧୯ ନିୟମାବଳୀକୁ ଅନୁପାଳନ କରି ଭୋଟିଂ କରାଇବେ । ଚଳତିବର୍ଷ ରାଜ୍ୟସଭାର ୫୫ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୩୭ ଜଣ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ବଳକା ୧୮ ଆସନ ଲାଗି ଭୋଟିଂ ହୋଇଥାନ୍ତା ।

Leave a Reply