ନାମାଙ୍କନ ପୂର୍ବରୁ ସପରିବାର ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ମାନସ ମଙ୍ଗରାଜ

ପୁରୀ: ନାମାଙ୍କନ ଦାଖଲ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ପ୍ରାର୍ଥୀ ମାନସ ମଙ୍ଗରାଜ । ସପରିବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ପୁରୀରେ ପହଞ୍ଚିବା ପରେ ତାଙ୍କୁ ବିଜୁ ଯୁବ ଜନତା ଦଳର ଉପସଭାପତି ଶୁଭାଶିଷ ଖୁଣ୍ଟିଆ ଓ କର୍ମୀ ସ୍ୱାଗତ କରିଥିଲେ । ଆଜି ରାଜ୍ୟସଭା ସାଂସଦ ପାଇଁ ନାମାଙ୍କନ ଦାଖଲ କରିବେ ମାନସ ମଙ୍ଗରାଜ । ଏହା ପୂର୍ବରୁ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଛନ୍ତି ମାନସ ମଙ୍ଗରାଜ ।

ମାନସ ମଙ୍ଗରାଜଙ୍କ ସମେତ ୪ଜଣଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ସମସ୍ତ ରାଜ୍ୟସଭା ପ୍ରାର୍ଥୀ । ପୂର୍ବାହ୍ନ ୧୧ଟାରେ ବିଜେଡିର ୪ ଜଣ ରାଜ୍ୟସଭା ପ୍ରାର୍ଥୀ ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି ପ୍ରାର୍ଥିପତ୍ର ଦାଖଲ କରିବେ । ୩ଟି ଆସନରେ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷଦିନ ରହିଛି । ସେହିପରି ଗୋଟିଏ ଆସନରେ ଉପନିର୍ବାଚନ ପାଇଁ ଜୁନ ୨ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହିଛି । ପ୍ରସନ୍ନ ଆଚାର୍ଯ୍ୟ, ଏନ୍. ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ୩ଟି ଆସନରେ ନିର୍ବାଚନ ହେଉଛି । ସେହିପରି କଟକ ମେୟର ଭାବେ ସୁବାସ ସିଂହ ନିର୍ବାଚିତ ହେବା ପରେ ରାଜ୍ୟସଭାରୁ ଇସ୍ତଫା ଦେଇଥିବାରୁ ତାଙ୍କ ଆସନ ପାଇଁ ଉପନିର୍ବାଚନ ହେଉଛି ।

ଏଥିସହିତ ପଢ଼ନ୍ତୁ: ଭୋଟିଂ ଆରମ୍ଭ; ମତାଧିକାର ସାବ୍ୟସ୍ତ କରୁଛନ୍ତି ବ୍ରଜରାଜନଗରବାସୀ