ଜୁନ ୧୩ରେ ରାଜ୍ୟସଭା ଉପନିର୍ବାଚନ, ଓଡ଼ିଶାରୁ ଖାଲି ହେଲା ୪ ଆସନ

1 min read

ନୂଆଦିଲ୍ଲୀ: ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି । ଜୁନ ୧୩ରେ ହେବ ଉପନିର୍ବାଚନ । ୨୬ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ୨ ତାରିଖ ସୁଦ୍ଧା ନାମାଙ୍କନ ଦାଖଲର ଶେଷଦିନ ଧାର୍ଯ୍ୟ ହୋଇଛି । ଜୁନ୍ 3ରେ ପ୍ରାର୍ଥୀପତ୍ର ଯାଞ୍ଚ ସହ ଜୁନ୍ 6ରେ ହେବ ପ୍ରାର୍ଥୀପତ୍ର ପ୍ରତ୍ୟାହାର । 13ତାରିଖ ସକାଳ ୯ରୁ ଅପରାହ୍ନ ୪ଟା ଯାଏ ଭୋଟ ଗ୍ରହଣ ହେବ । ଅପରାହ୍ନ ୫ଟାରେ ହେବ ଗଣତି । ୧୭ଜୁନ୍ ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ରହିଛି ।

ନବ ନିର୍ବାଚିତ କଟକ ମେୟର ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲିପଡିଥିଲା ଆସନ । 21 ଏପ୍ରିଲରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ସୁବାସ ସିଂ । ୨ଏପ୍ରିଲ ୨୦୨୬ ଯାଏ ଥିଲା ସୁବାସ ସିଂଙ୍କ କାର୍ଯ୍ୟକାଳ ।ଜୁନ ୧୩ରେ ଏହି ଗୋଟିଏ ଆସନରେ ହେବ ଉପନିର୍ବାଚନ । ଓଡ଼ିଶାରୁ ଖାଲି ହେଲା ୪ ରାଜ୍ୟସଭା ଆସନ । ଗତକାଲି 3ଟି ଆସନ ପାଇଁ ଆସିଥିଲା ବିଜ୍ଞପ୍ତି । ୩ଟି ଆସନ ପାଇଁ ଜୁନ୍ ୧୦ରେ ହେବ ନିର୍ବାଚନ ।