ରଜବାଡ଼ି ରୀତିନୀତିରେ ବିବାହ କରିବେ ଭିକ୍କି ଓ କ୍ୟାଟ୍ରିନା, କାଚ ମଣ୍ଡପରେ ନେବେ ସାତ ଫେରା

ମୁମ୍ବାଇ : କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲଙ୍କ ବିବାହ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ସୋମବାର ଦିନ କ୍ୟାଟ୍ରିନାଙ୍କ ପରିବାରର ୩୨ ଜଣ ଏବଂ ଅନ୍ୟାନ୍ୟ ସେଲେବ୍ରିଟୀ ଜୟପୁରରେ ପହଞ୍ଚିବେ । ତାଛଡା ଅଲଗା ଅଲଗା ଫ୍ଲାଇଟରେ ଆଉ ୮ ଜଣ ସେଲେବ୍ରିଟୀ ଜୟପୁରରେ ପହଞ୍ଚିବେ । କ୍ୟାଟ୍ରିନା ଓ ଭିକ୍କି ଆଜି ସନ୍ଧ୍ୟା ସୁଦ୍ଧା ଚାର୍ଟର ଫ୍ଲାଇଟରେ ସବାଇ ମାଧୋପୁର ସିକ୍ସ ସେନ୍ସେସ ଦୁର୍ଗରେ ପହଞ୍ଚିବେ। ତାଙ୍କ ସହ ଆଉ ୧୨ ସଦସ୍ୟ ଯିବେ। ଏଠାରେ ଗୋଲାପ ଫୁଲରେ ଅତିଥିଙ୍କୁ ସ୍ୱାଗତ କରାଯିବ। ବାହାଘରରେ ୧୨୦ ଅତିଥି ସାମିଲ ହେବେ ବୋଲି କୁହାଯାଉଛି।
ବାହାଘର ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପ୍ରଥମ ସିକ୍ୟୁରିଟି ଚେକ ହୋଟେଲ ଏଣ୍ଟ୍ରାନ୍ସ ଗେଟରେ ଓ ଦ୍ୱିତୀୟଟି ଚେକିଂ ପଏଣ୍ଟ ଫତେହ ଗେଟ ପାଖରେ କରାଯାଇଛି । ଏଠାରେ ପୋଲିସ ଯବାନ, ପ୍ରାଇଭେଟ ଗାର୍ଡ ଓ ହୋଟେଲର ସୁରକ୍ଷାକର୍ମୀ ଉପସ୍ଥିତ ରହିବେ।
ରିପୋର୍ଟ ଅନୁଯାୟୀ, ବାହାଘର ରଜବାଡ଼ି ରୀତିନୀତି ଅନୁଯାୟୀ ହେବ। ପୁରା ବିବାହ ମଣ୍ଡପ କାଚରେ ତିଆରି ହୋଇଛି। କାଚକୁ ଏମିତି ସଜାଯାଇଛି ଯେ ବ୍ୟକ୍ତିଙ୍କ ମୁହଁ ମଣ୍ଡପରେ ବସିବା ପରେ ଚାରିଆଡେ ନଜର ଆସିବ। ହୋଟେଲ ଭିତରେ ମଧ୍ୟ ରଜବାଡ଼ି ସାଜସଜ୍ଜା ନଜର ଆସିଛି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବାହାଘର ଆୟୋଜନ ହୋଇଛି।