ଜଟିଳ ହେଉଛି ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥା, ବ୍ରେନ୍ ଡେଡ୍ ଅବସ୍ଥାରେ ଥିବା ସୂଚନା

ନନ୍ଦିଘୋଷ ବ୍ୟୁରୋ: ହାଟଆଟାକ ଯୋଗୁଁ ଚିକିତ୍ସିତ ହେଉଥିବା ରାଜୁ ଶ୍ରୀବାସ୍ତବଙ୍କ ବ୍ରେନ ଡେଡ୍ ହୋଇଥିବା ନେଇ ସୂଚନା  । ସଦ୍ୟ ମିଳିଥିବା ରିପୋର୍ଟ ମୁତାବକ ରାଜୁ ଶ୍ରୀବାସ୍ତଙ୍କ ବ୍ରେନ ଡେଡ୍ ହୋଇଛି  । ତାଙ୍କ ହାର୍ଟ ସମସ୍ୟା ବିଗୁଡିଛି, ଯାହା ଫଳରେ ବ୍ରେନ୍ ଉପରେ ପଡିଛି ଗଭୀର ପ୍ରଭାବ  । ଏନେଇ ସୂଚନା ଦେଇଛନ୍ତି ରାଜୁଙ୍କ ମୁଖ୍ୟ ପରାମର୍ଶଦାତା ଅଜିତ ସକ୍ସେନା । ସେ କହିଛନ୍ତି ଏବେ କେବଳ ଆମେ ଆମର ସମସ୍ତ ପ୍ରଚେଷ୍ଟା ଜାରି ରଖିଛୁ  । କିନ୍ତୁ ଆଉ ସବୁକିଛି  ଭଗବାନଙ୍କ ଉପରେ ନିର୍ଭର କରେ  ।

ରାଜୁଙ୍କ ବ୍ୟକ୍ତିଗତ ପରାମର୍ଶଦାତା ଅଜିତଙ୍କ କହିବା ମୁତାବକ ବର୍ତ୍ତମାନ ରାଜୁଙ୍କ ସ୍ଥିତି ଭଲ ନାହିଁ  । ଏମସରେ ତାଙ୍କ ଚିକିତ୍ସା ଜାରି ରହିଥିବାବେଳେ  ରାଜୁ ଶ୍ରୀବାସ୍ତବଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି , ରାଜୁଙ୍କ ବ୍ରେନ ଡେଡ୍ ଅବସ୍ଥାରେ ରହିଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଅବଗତ ରହିଛନ୍ତି  । ମୋଦି ରାଜୁଙ୍କ ପରିବାର ସହ କଥା ହେବା ସହ ଆଶ୍ୱାସନା ମଧ୍ୟ ଦେଇଛନ୍ତି  । ସେ କହିଛନ୍ତି ରାଜୁଙ୍କ ଚିକିତ୍ସା ପାଇଁ ଯାହା ଆବଶ୍ୟକ ଯୋଗାଇଦିଆଯିବ  ।  ସେହିପରି ଅନେକ ବରିଷ୍ଠ ମନ୍ତ୍ରୀ, ନେତା, ପ୍ରଶାସକ ଏବଂ ଅଭିନେତା ମଧ୍ୟ ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଚିନ୍ତାପ୍ରକଟ କରିଛନ୍ତି  ।

ସେପଟେ ଅଭିନେତା ଶେଖର ସୁମନ ଟ୍ୱିଟର ଯୋଗେ ରାଜୁ ଶ୍ରୀବାସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ସୂଚନା ଦେଇଥିଲେ  । କହିଥିଲେ ବର୍ତ୍ତମାନ ମଧ୍ୟ ରାଜୁଙ୍କ ଚିକିତ୍ସା ଜାରି ରହିଛି  । ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି  । କିନ୍ତୁ ସେ ବେହୋସ ରହିଛନ୍ତି  । ସେହିପରି ରାଜୁ କହିଛନ୍ତି କିଛିଦିନ ତଳେ ଆମେ ଏକ କମେଡି କାର୍ଯ୍ୟକ୍ରମରେ ଦେଖାହୋଇଥିଲୁ  । ବହୁ ସମୟ ଧରି ଉଭୟେ ବାର୍ତ୍ତାଳପ କରିଥିଲୁ  । ସେଦିନ ମୋତେ ବହୁତ ହସାଇଥିଲେ ରାଜୁ  ।

ସୂଚନା ଅନୁସାରେ  ଅଗଷ୍ଟ ୧୦ ତାରିଖରେ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିଲା  ।  ଦିଲ୍ଲୀର ଏକ ଜିମ ସେଣ୍ଟରରେ ଜିମ୍ କରୁଥିବା ବେଳେ ହଠାତ ଅସୁସ୍ଥ ହୋଇପଡିଥିଲେ ରାଜୁ । ଏହାପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା  । ଜାଣିବାକୁ ମିଳିଥିଲା ଯେ, ରାଜୁଙ୍କ ହାର୍ଟଆଟାକ ହୋଇଛି  । ଏହାପରେ ଚିକିତ୍ସା ଜାରି ରହିଛି  । ଭେଣ୍ଟିଲେଟରରେ ଚାଲିଛି ତାଙ୍କର ଚିକିତ୍ସା