ରାଜୁ ବିଷୋୟୀ ହତ୍ୟା: ପାଞ୍ଚ ଦିନ ପରେ ପୋଲିସ ହାତ ଖାଲି

1 min read

ବ୍ରହ୍ମପୁର: ଗଞ୍ଜାମ କବିସୂର୍ଯ୍ୟନଗର ଖୋଜାପଲ୍ଲୀ ରାଜୁ ବିଷୋୟୀ ହତ୍ୟା ଘଟଣା । ୫ ଦିନ ପରେ ବି ପୋଲିସ ହାତ ଖାଲି । ଫିଟୁନି ହତ୍ୟାର ରହସ୍ୟ । ଗତ ୧୮ ତାରିଖରେ ରାଜୁ ବିଶୋଇଙ୍କୁ ଦୃର୍ବତ୍ତମାନେ ନିର୍ମମ ଭାବେ ହତ୍ୟା କରିଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି ପୋଲିସ । ହତ୍ୟାକାରୀମାନେ ଖୁଲମଖୁଲା ବୁଲୁଥିଲେ ମଧ୍ୟ ସେମାନଙ୍କୁ ଧରାଯାଉନି ବୋଲି ଅଭିଯୋଗ କରିଛନ୍ତି ପରିବାର । ପୂର୍ବ ଶତ୍ରୁତା ଓ ଅନ୍ୟାନ୍ୟ କାରଣକୁ ନେଇ ମଦମାଫିଆମାନେ ରାଜୁଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ପୁଅ ସୁବ୍ରତ ।

ଏପରିକି ଗତ ୨୦୧୫ରେ ତାଙ୍କୁ ମଧ୍ୟ ମାଫିଆମାନେ ଆକ୍ରମଣ କରି ଗୋଟିଏ ଗୋଡ଼ କାଟିଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ସୁବ୍ରତ । ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଦୁଇଟି ଟିମ୍ ଗଠନ କରି ତଦନ୍ତ କରୁଛି ବୋଲି ପୁରୁଷୋତ୍ତମପୁର SDPO ସୂଚନା ଦେଇଛନ୍ତି । ସେପଟେ ରାଜୁଙ୍କୁ ହରାଇବା ପରେ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନାହିଁ । ମୃତ ରାଜୁଙ୍କ ଫଟୋକୁ ଧରି ବାହୁନି ବାହୁନି କାନ୍ଦୁଛନ୍ତି ସ୍ତ୍ରୀ ଓ ପୁଅ । ବୃଦ୍ଧ ବାପ-ମାଆ ପୁଅର ହତ୍ୟାକାରୀଙ୍କୁ ଧରି କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ।