ରାଜା ଜଙ୍ଗଲରେ ରହୁ କି ଜେଲରେ, ରାଜା ସବୁ ବେଳେ ରାଜା ହିଁ ରହିବ: ରାଜପାଲ ଯାଦବ
ନନ୍ଦିଘୋଷ ବ୍ୟୁରୋ: ବଲିଉଡ଼ର କମେଡି କିଙ୍ଗ ରାଜପାଲ ଯାଦବ ଏବେ ସବୁଠାରୁ ଖରାପ ସ୍ଥିତି ଦେଇ ଗତି କରୁଛନ୍ତି । ୯ କୋଟଇ ଟଙ୍କାର ଚେକ୍ ବାଇନ୍ସ ମାମଲାରେ ୧୩ ଦିନ ଜେଲରେ ରହିବା ପରେ ବାହାରକୁ ଆସିଛନ୍ତି । ୧୮ ମାର୍ଚ୍ଚରେ କୋର୍ଟରେ ହେବାକୁ ଥିବା ଶୁଣାଣି ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ନିଜ ଋଣକୁ ନେଇ ନାକେବଳ ସଫେଇ ଦେଇଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ବି ବଡ଼ ଦାବି ଉଠାଇଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ରାଜପାଲ ସେ ମସ୍ତଙ୍କ ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ ଯେଉଁମାନେ ଏମିତି ସମୟରେ ସୋସିଆଲ ମିଡିଆ ହେଉ କି ବ୍ୟକ୍ତିଗତ ସ୍ତରରେ ହେଉ ତାଙ୍କ ସହ ଛିଡ଼ା ହୋଇଥିଲେ । ଏହାସହ ତାଙ୍କୁ ସହଯୋଗ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ସେ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଡିଟେଲ ମାଗିଛନ୍ତି । ଏହାସହ କହିଛନ୍ତି, ମୋତେ କିଛଇ ସମୟ ଦିଅନ୍ତୁ, ଆପଣଙ୍କ ଟଙ୍କା କୃଜ୍ଞତାର ସହ ଆପଣଙ୍କ ଖାତାରେ ପହଞ୍ଚି ଯିବ । ଆପଣମାନେ ଦେଇଥିବା ସମର୍ଥନ ଓ ଭଲ ପାଇବା ସାରା ଜୀବନ ବିତି ଗଲେ ବି ସୁଝଇ ପାରିବିନି ।
ରାଜପାଲଙ୍କ ମାଷ୍ଟର ପ୍ଲାନ୍
ସେ କହିଛନ୍ତି, ମୋ ପାଖରେ ୧୦ ବର୍ଷର ରୋଡମ୍ୟାପ୍ ରହିଛି । ସେ କହିଛନ୍ତି, ସମସ୍ତଙ୍କ ପାଖରେ ପ୍ଲାନ ରହିଥାଏ । ମୋର ବି ୨୦୨୫ରୁ ୨୦୩୫ ପର୍ଯ୍ୟନ୍ତ ପ୍ଲାନ ପ୍ରସ୍ତୁତ ହୋଇରହିଛି । ମୁଁ ଟିଭିର ଗୋଲ୍ଡେନ ମ୍ୟାନ୍, କାମ ଜରିଆରେ ପୁଣି ଫେରିବାକୁ ବ୍ୟାକୁଳ ହେଉଛି । ଏହାସହ ଫିଲ୍ମ ଇଣ୍ଡଷ୍ଟ୍ରି (ଫେଡେରେସନ)କୁ ଏକ ଗୁରୁତ୍ବପୂର୍ଣ୍ଣ ଦାବି କରିଛନ୍ତି । ସେ କହିଛନ୍ତି, ଦେଶରେ ଫିଲ୍ମ ଏଗ୍ରିମେଣ୍ଟ ପାଇଁ ଏକ ଷ୍ଟାଣ୍ଡାର୍ଡ ଫର୍ମାଟ ରହିବା ଚରୁରୀ । ଏହାଦ୍ବାରା କଳାକାର ଆଇନଗତ ସମସ୍ୟାରେ ପଡ଼ିବେ ନାହିଁ ।
‘ରାଜା ସବୁ ବେଳେ ରାଜା ହିଁ ରହିବ’
ଫିଲ୍ମ ଇଣ୍ଡଷ୍ଟ୍ରିକୁ ସୁରକ୍ଷା ଦେବାକୁ ଯାଇ ରାଜପାଲ କଡ଼ ଶବ୍ଦରେ କହିଛନ୍ତି, ଫିଲ୍ମ ଚାଲିଲେ ସବୁ କିଛି ଠିକ୍ । ଯଦି ଫିଲ୍ମ ଫ୍ଲପ ହେଲା ତେବେ ବଲିଉଡ଼ ଖରାପ କାହିଁକି ? ଏବେ ମୁଁ ବଲିଉଡ଼କୁ ଗାଲି ଦେବାକୁ ଦେବିନି । ନିଜର ସିଗ୍ନେଚର ଷ୍ଟାଇଲରେ କହିଥିଲେ, ‘ରାଜପାଲ ଯାଦବ ରାଜ । ରାଜା ଜଙ୍ଗଲରେ ରହୁ କି ଜେଲରେ, ରାଜା ସବୁ ବେଳେ ରାଜା ହିଁ ରହିବ ।’

